ଚନ୍ଦ୍ରଶେଖରପୁର: କିଟ୍ ଓ କିସ୍ ପକ୍ଷରୁ ମିଳିତ ଭାବେ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଉତ୍ସବରେ କିଟ୍ ଓ କିସ୍ର ସଭାପତି ଶାଶ୍ୱତୀ ବଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କିଟ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପରେଡ୍ ପରିଦର୍ଶନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଦକ୍ଷିଣ କୋରିଆ ହାନ୍ସେଓ ବିଶ୍ୱବିଦ୍ୟାଳୟର ପ୍ରଫେସର କିମ୍ ସେଙ୍ଗ୍ ଜେ, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତଙ୍କ ସମେତ କିଟ୍ ଓ କିସ୍ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ କିସ୍ ଓ କିଟ୍ର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ଦେଶାତ୍ମବୋଧକ ସାଂସ୍କୃତିକ କାଯ୍ୟର୍କ୍ରମ ପରିବେଷଣ କରାଯାଇଥିଲା।
ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲ
ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ପଠାଣିସାମନ୍ତ ପ୍ଲାନେଟାରିୟମ୍ର ନିର୍ଦେଶକ କୈଳାସ ଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲର ଅଧ୍ୟକ୍ଷ ଏନ୍ଏସ ପ୍ରସାଦ ସ୍ୱାଗତ ଭାଷଣ ଦେଇଥିଲେ। ପରିଚାଳନା ସମିତିର ଟ୍ରଷ୍ଟି ଶୋଭାକାର ଫତେସିଂହ, ଉପସଭାପତି କଳିକାନନ୍ଦ ବାବା ପ୍ରମୁଖ ଉପସ୍ଥିତ ଥିଲେ। ଉପାଧ୍ୟକ୍ଷ କିଶୁଚନ୍ଦ ପୃଷ୍ଟି ଧନ୍ୟବାଦ ଦେଇଥିଲେ।
ବଡ଼ଗଡ଼ ବ୍ରିଟ୍ କଲୋନି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର
ଭୁବନେଶ୍ୱର: ବଡ଼ଗଡ଼ ବ୍ରିଟ୍ କଲୋନିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୬୯ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଜିଏମ୍ ଶଙ୍କର୍ଷଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଘୋଷ ବାଦନ ଓ ଅଞ୍ଚଳ ପରିକ୍ରମା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଚନ୍ଦନ ବାରିକ ସ୍ୱାଗତ ଭାଷଣ ଦେଇଥିଲେ। ସେହିଭଳି +୨ ବିଜ୍ଞାନ ବିଭାଗରେ ଓଡ଼ିଶା ସରକାରଙ୍କ ଅବସରପ୍ରାପ୍ତ ଇଞ୍ଜିନିୟର ପ୍ରଫୁଲ୍ଲ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।