ଭୁବନେଶ୍ୱର: ରାଜଧାନୀରୁ ଆଜି ୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ଭୁବନେଶ୍ୱରରୁ ଏଯାବତ ୫୨୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Advertisment

ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ୨୯ଜଣଙ୍କ ମଧ୍ୟରୁ ରାଜଧାନୀର ସାଲିଆ ସାହି ଆଦିବାସୀ ଗାଁରୁ ଜଣେ ପୁରୁଷ, ସହିଦ୍‌ ନଗର ଆଁଗନ୍‌ ରେସ୍ତୋରାଁ ଅଞ୍ଚଳରୁ ଜଣେ ପୁରୁଷ, ଅନ୍ୟ ଏକ ସ୍ଥାନରୁ ଜଣେ ପୁରୁଷ ଓ ମହିଳା, ବାପୁଜୀ ନଗର ଝରଣା ବସ୍ତି ଅଞ୍ଚଳରୁ ଜଣେ ମହିଳା, ସତ୍ୟନଗର ଅଞ୍ଚଳରୁ ଜଣେ ମହିଳା, ଅନ୍ୟ ଜିଲ୍ଲାର ବସିନ୍ଦା ଥିବା ଜଣେ ପୁରୁଷ, ଘରୋଇ ହସ୍‌ପିଟାଲ୍‌ର ଦୁଇଜଣ ମହିଳା କର୍ମଚାରୀ ଆଜି କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି।

ସେହିପରି ଏକାମ୍ର କଲେଜ କପିଳା ପ୍ରସାଦ ଅଞ୍ଚଳରୁ ଜଣେ ପୁରୁଷ, ଶୁକା ବିହାର ଅଞ୍ଚଳରୁ ଜଣେ ମହିଳା, ହଂସପାଳ ସିମ୍ଫୋନି ମଲ ଅଞ୍ଚଳରୁ ଜଣେ ପୁରୁଷ, ଅନ୍ୟ ଜିଲ୍ଲାର ବାସିନ୍ଦା ଥିବା ଜଣେ ମହିଳା, ସେଣ୍ଟ୍ରାଲ ଗର୍ଭମେଣ୍ଟ ହସ୍‌ପିଟାଲର ଜଣେ ପୁରୁଷ କର୍ମଚାରୀ,ଗଙ୍ଗାନଗର ଗାରଗିଲ୍‌ ବସ୍ତି ଅଞ୍ଚଳରୁ ଦୁଇଜଣ ମହିଳା ଓ ଜଣେ ପୁରୁଷ, ରସୁଲଗଡ଼ ଅଞ୍ଚଳରୁ ଜଣେ ପୁରୁଷ, ଖଣ୍ଡଗିରି ବରି ନିକଟସ୍ଥ ଆମ୍ରି ହସ୍‌ପିଟାଲ ଅଞ୍ଚଳରୁ ଜଣେ ପୁରୁଷ, ନୟାପଲ୍ଲୀ ଅଞ୍ଚଳରୁ ଜଣେ ପୁରୁଷ, ପୋଖରୀପୁଟ ଗାରଗିଲ ବସ୍ତି ଅଞ୍ଚଳରୁ ଜଣେ ମହିଳା, ନୀଳାଦ୍ରି ବିହାର ଅଞ୍ଚଳରୁ ଗୋଟିଏ ପରିବାର ଦୁଇ ଜଣ ମହିଳା ଓ ଜଣେ ପୁରୁଷ, ଆପୋଲୋ ହସ୍‌ପିଟାଲ ବିଶେଶ୍ୱରୀ ବସ୍ତି ଅଞ୍ଚଳରୁ ଜଣେ ମହିଳା, ଡୁମଡୁମା ରଘୁନାଥନଗର ଅଞ୍ଚଳରୁ ଜଣେ ମହିଳା, ନୀଳାଦ୍ରୀ ବିହାର ହନୁମାନ ମନ୍ଦିର ଅଞ୍ଚଳରୁ ଜଣେ ପୁରୁଷ ଓ ସତ୍ୟନଗର ଅଞ୍ଚଳରୁ ଜଣେ ମହିଳା କରୋନାରେ ଆକ୍ରାନ୍ତ ହେବା ପରେ କୋଭିଡ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ସ୍ୱାବରେ କୋଭିଡ-୧୯ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଆଜି ସମସ୍ତଙ୍କୁ ହସ୍‌ପିଟାଲରୁ ଛୁଟି ମିଳିଛି।