ଖୁସି ଖବର: ଭୁବନେଶ୍ୱରରୁ ଆଜି ୯୯ଜଣ କରୋନାକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

ଭୁବନେଶ୍ୱର: ରାଜଧାନୀରୁ ବୁଧବାର ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ଭୁବନେଶ୍ୱରୁ ଏଯାବତ ୭୨୪ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଏବେ ବି ୬୦୬ଟି କରୋନା ସକ୍ରିୟ ମାମଲା ଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରିଛି।

କରୋନାକୁ ମାତ ଦେଇ ସୁସ୍ଥ ହୋଇଥିବା ୯୯ଜଣଙ୍କ ମଧ୍ୟରୁ ଘାଟିକିଆ ଅଞ୍ଚଳରୁ ଜଣେ ପୁରୁଷ ଓ ଜଣେ ମହିଳା, ଜଗନ୍ନାଥ ବିହାର ଷଣ୍ଢ ସାହି ଅଞ୍ଚଳରୁ ଜଣେ ମହିଳା, ଭରତପୁର ମଙ୍ଗଳା ମନ୍ଦିର ଅଞ୍ଚଳରୁ ଜଣେ ପୁରୁଷ, ଲକ୍ଷ୍ମୀସାଗର ଉପର ସାହି ଅଞ୍ଚଳରୁ ଜଣେ ପୁରୁଷ ଓ ଜଣେ ମହିଳା, ମାଷ୍ଟର କ୍ୟାଣ୍ଟିନ୍‌ ରେଳଷ୍ଟେସନ୍‌ ଅଞ୍ଚଳରୁ ଜଣେ ପୁରୁଷ, କଳିଙ୍ଗ ନଗର ଅଞ୍ଚଳରୁ ଦୁଇଜଣ ପୁରୁଷ, ଅନ୍ୟ ଜିଲ୍ଲାର ବାସିନ୍ଦା ଥିବା ଦୁଇ ଜଣ ପୁରୁଷ, ପୋଖରୀପୁଟ କାରଗିଲ ବସ୍ତି ଅଞ୍ଚଳରୁ ଜଣେ ପୁରୁଷ, ବରମୁଣ୍ଡା ଅଞ୍ଚଳରୁ ଜଣେ ମହିଳା, ଓଲଡ ଟାଉନ୍‌ ଲିଙ୍ଗରାଜ ମନ୍ଦିର ଅଞ୍ଚଳରୁ ଜଣେ ବାଳକ ଓ ଭୁବନେଶ୍ୱର ପାଟନା ଅଞ୍ଚଳରୁ ୫ଜଣ ମହିଳା ଓ ଜଣେ ପୁରୁଷ ସୁସ୍ଥ ହୋଇଛନ୍ତି।

ସେହିପରି ୟୁନିଟ-୬ ଗଙ୍ଗାନଗର ପାଲି ଅଞ୍ଚଳରୁ ଜଣେ ବାଳକ, ୟୁନିଟ-୪ ମାର୍କେଟ ଅଞ୍ଚଳରୁ ଦୁଇଜଣ ପୁରୁଷ, ଡୁମଡୁମା ଶୁକ ବିହାର ଅଞ୍ଚଳରୁ ଦୁଇଜଣ ପୁରୁଷ, ଗଙ୍ଗନଗର ବସ୍ତି ଅଞ୍ଚଳରୁ ଜଣେ ମହିଳା, ନୟାପଲ୍ଲୀ ବେହେରା ସାହି ଅଞ୍ଚଳରୁ ୫ଜଣ ପୁରୁଷ, ପାତ୍ରପଡ଼ା ଅଞ୍ଚଳରୁ ଜଣେ ମହିଳା, ସହିଦ ନଗର ଅଞ୍ଚଳରୁ ଜଣେ ପୁରୁଷ, ରଘୁନାଥ ନଗର ଅଞ୍ଚଳରୁ ଜଣେ ପୁରୁଷ, ମଞ୍ଚେଶ୍ୱର ଅଞ୍ଚଳରୁ ଜଣେ ପୁରୁଷ, ସରକାରୀ ହସ୍‌ପିଟାଲର ଜଣେ ପୁରୁଷ କର୍ମଚାରୀ, ଶୀତପୁର ବସ୍ତି ଅଞ୍ଚଳରୁ ଦୁଇଜଣ ପୁରୁଷ, ପାହାଳ ପୁଲିସ ଆଉଟପୋଷ୍ଟ ଅଞ୍ଚଳରୁ ୧୧ଜଣ ପୁରୁଷ ଓ ନୟାପଲ୍ଲୀ ଆଇଡି ମାକେର୍ଟ ଅଞ୍ଚଳରୁ ଜଣେ ପୁରୁଷ କରୋନାକୁ ମାତ ଦେଇଛନ୍ତି।

ଏଥିସହିତ ସାଲିଆ ସାହି ଶ୍ରୀକୃଷ୍ଣନଗର ଅଞ୍ଚଳରୁ ଜଣେ ମହିଳା ଓ ୨ଜଣ ପୁରୁଷ, ଅନ୍ୟ ଜିଲ୍ଲାର ବାସିନ୍ଦା ଥିବା ଜଣେ ମହିଳା, ବିଶେଶ୍ୱରୀ ବସ୍ତି ଅଞ୍ଚଳରୁ ଜଣେ ମହିଳା, ଘରୋଇ ହସ୍‌ପିଟାଲର ଜଣେ ପୁରୁଷ କର୍ମଚାରୀ, ପୋଖରୀପୁଟ କୋକିଳା ରସର୍ଟ ଅଞ୍ଚଳରୁ ଜଣେ ପୁରୁଷ, କଳିଙ୍ଗ ନଗର କେ-୫ ଅଞ୍ଚଳରୁ ଜଣେ ମହିଳା, କୋଳଥିଆ ଅଞ୍ଚଳରୁ ଜଣେ ୩୨ବର୍ଷର ପୁରୁଷ, ନୂଆଗାଁ ଜେନା ସାହି ଅଞ୍ଚଳରୁ ୩ଜଣ ମହିଳା ଓ ୫ଜଣ ପୁରୁଷ ଓ ଆଇଗିଣିଆ ଅଞ୍ଚଳରୁ ଜଣେ ମହିଳା ଓ ଦୁଇଜଣ ପୁରୁଷ କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଆଜି ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କେବଳ ଏତିକି ନୁହେଁ, ସୁନ୍ଦରପଡ଼ା ଗୌରୀଧାମ୍‌ ଅଞ୍ଚଳରୁ ଜଣେ ପୁରୁଷ ଓ ଜଣେ ମହିଳା, ରସୁଲଗଡ଼ ପାଲାମଣ୍ଡପ ଅଞ୍ଚଳରୁ ଜଣେ ମହିଳା, ବରମୁଣ୍ଡା ହାଉସିଂବୋର୍ଡ କଲୋନିରୁ ଜଣେ ପୁରୁଷ, ଅନ୍ୟ ଜିଲ୍ଲାର ବାସିନ୍ଦା ଥିବା ଜଣେ ମହିଳା, ପାତ୍ରପଡ଼ା ସମ୍‌ ହସ୍‌ପିଟାଲ ଅଞ୍ଚଳରୁ ଜଣେ ମହିଳା, ବାପୁଜୀ ନଗର ସିଟି ପ୍ୟାଲେସ୍‌ ହୋଟେଲ ଅଞ୍ଚଳରୁ ଜଣେ ପୁରୁଷ, ୟୁନିଟ-୩ ଅଞ୍ଚଳରୁ ଜାଣ ବାଳକ ଓ ଜଣେ ପୁରୁଷ ଏବଂ ନୟାପଲ୍ଲୀ ତ୍ରିନାଥ ବସ୍ତି ଅଞ୍ଚଳରୁ ଆଜି ୬ଜଣ ମହିଳା ଓ ୨ଜଣ ପୁରୁଷ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର