ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ ଭୁବନେଶ୍ୱରର ଇଡ୍‌କଲ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ. କେ ଦାସ କାର୍ଯ୍ୟକ୍ରମର ଯୋଗଦେଇ ଗ୍ରାହକମାନଙ୍କୁ ବ୍ୟାଙ୍କ ସହିତ ଥିବା ସେମାନଙ୍କର ଦୃଢ଼ ସମ୍ପର୍କ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ଜୋନ୍‌ର ବିଭିନ୍ନ ବିଭାଗର ୩୦ ଜଣ ହିତାଧିକାରୀଙ୍କୁ ୧୦୦କୋଟି ଟଙ୍କାର ଋଣ ମଞ୍ଜୁରିପତ୍ର ଆତ୍ମନିର୍ଭର ଭାରତ ପାଇଁ ପ୍ରଦାନ କରାଯାଇଥିଲା।

ନ୍ୟାଶନାଲ ବ୍ୟାଙ୍କିଙ୍ଗ୍ ଗ୍ରୁପ୍ (ପୂର୍ବ) ଦ୍ୱାରା ଏହାର ୧୦ଟି ଜୋନ୍ ମାଧ୍ୟମରେ ୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣ ମଞ୍ଜୁର କରାଯାଇଥିଲା। ଡିଜିଟାଲ ବ୍ୟାଙ୍କିଙ୍ଗ୍‌କୁ ପ୍ରୋତ୍ସାହିତ କରିବା ପାଇଁ ୫୦ରୁ ଊର୍ଦ୍ଧ୍ୱ ପିଓଏସ୍ ମେସିନ୍ ଏବଂ ଭିମ୍ ୟୁପିଆଇ କ୍ୟୁଆର୍ ଗ୍ରାହକମାନଙ୍କୁ ପ୍ରଦାନ କରାଯାଇଥିଲା। ୩୦ ଜଣ ବ୍ୟବସାୟିକ ପ୍ରତିନିଧି ଏହି ଅବସରରେ ନିଯୁକ୍ତ ହୋଇଥିଲେ। ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ପଦ୍ମଭୂଷଣ ପ୍ରତିଭା ରାୟ, ନ୍ୟାସନାଲ ଷ୍ଟାଟ୍ଅପ୍ ଆୱାର୍ଡ-୨୦୨୧ ଏବଂ ନ୍ୟାସନାଲ ଏଣ୍ଟରପ୍ରେନୁୟରସିପ୍ ଆୱାର୍ଡ-୨୦୧୯ ଜ୍ଞାନରଞ୍ଜନ ଦାସଙ୍କୁ ସମ୍ମାନିତ କରିଥିଲେ। ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧତା ଅଂଶବିଶେଷ ଓଡ଼ିଶା ବ୍ଲାଇଣ୍ଡ ଆସୋସିଏସନ୍‌କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର