ମାଷ୍ଟର କୋଡିଂ ହାକାଥନରେ ସିଭି ରମଣ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ବର: ଅର୍ନ୍ତଜାତୀୟ ଆଇଟି କଂପାନି କଗ୍ନିଜାଣ୍ଟ ଦ୍ୱାରା ସର୍ବଭାରତୀୟ ସ୍ତରରେ ଆୟୋଜିତ ମାଷ୍ଟର କୋଡିଂ ୨୦୧୯ ହାକାଥନ୍ ଗତ ୨୭ ତାରିଖରେ ବେଙ୍ଗାଲୁରୁଠାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଇଂଜିନିୟରିଂ କଲେଜ ମାନଙ୍କରୁ ସମୁଦାୟ ୧୦,୫୮୦ଟି ଦଳ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ସି.ଭି.ରମଣର କଂପ୍ୟୁଟର ସାଇନ୍ସ ବିଭାଗର ଚତୁର୍ଥ ବର୍ଷ ଛାତ୍ର କୌଶିକ ଓଝା ଓ ଛାତ୍ରୀ ଅଙ୍କିତା ଶର୍ମା ଭାଗନେଇ ସର୍ବଭାରତୀୟ ସ୍ତରରେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି। କୃତୀ ଛାତ୍ରଛାତ୍ରୀଙ୍କୁ କଗ୍ନିଜାଣ୍ଟ କଂପାନି ଦ୍ୱାରା ୨ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ କଲେଜର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ଓ କଲେଜର ଚେୟାରମ୍ୟାନ୍ ସଂଜୀବ କୁମାର ରାଉତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର