ସିସିଡବ୍ଲ୍ୟୁଡି-ପ୍ରାକ୍ଟିକାଲ୍‌ ଆକ୍ସନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ

ଭୁବନେଶ୍ୱର: ଋତୁସ୍ରାବ ଜନିତ ସମସ୍ୟାକୁ ଲୁଚାନ୍ତୁ ନାହିଁ। ଏହି ବିଷୟରେ ସମସ୍ତେ ଅବଗତ ହେବା ଆବଶ୍ୟକ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ମାଷ୍ଟର୍‌ କ୍ୟାଣ୍ଟିନ୍‌ସ୍ଥିତ ବୋକା କାଫେଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁମାନଙ୍କର ବିକାଶ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ସିସିଡବ୍ଲ୍ୟୁଡି ଓ ପ୍ରାକ୍ଟିକାଲ୍‌ ଆକ୍ସନର ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାକ୍ଟିକାଲ୍‌ ଆକ୍ସନର ଭାରତ ମୁଖ୍ୟ ବିରୁପାକ୍ଷ ଦୀକ୍ଷିତ କହିଛନ୍ତି, ମାସିକ ଋତୁସ୍ରାବ ଜନିତ ଶିକ୍ଷା ପ୍ରତି କିଶୋରୀର ମୌଳିକ ଆବଶ୍ୟକତା। ଏ କ୍ଷେତ୍ରରେ ଦିବ୍ୟାଙ୍ଗମାନେ ବହୁତ ପଛରେ। ସେଥିପାଇଁ ଦୃଷ୍ଟି ବାଧିତ କିଶୋରୀମାନଙ୍କ ପାଇଁ ପ୍ରଥମ କରି ମାସିକ ଋତୁସ୍ରାବ ସମ୍ପର୍କିତ ପୁସ୍ତକ ପ୍ରାକ୍ଟିକାଲ ଆକ୍ସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ସିସିଡବ୍ଲ୍ୟୁଡିର ସମ୍ପାଦକ ସଦାଶିବ ସ୍ୱାଇଁ, ସମାଜସେବୀ ଜ୍ୟୋତ୍ସ୍ନାରାଣୀ ମିଶ୍ର, ଅଣସଂଗଠିତ ଶ୍ରମିକ ମଞ୍ଚ ଓଡ଼ିଶା, ପ୍ରାକ୍ଟିକାଲ୍‌ ଆକ୍ସନର ଅନନ୍ତ ପ୍ରସାଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଦିବ୍ୟାଙ୍ଗଙ୍କ ପାଇଁ ବ୍ରେଲିରେ ଲିଖିତ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ତା’ ସହିତ ଗାଁ ଗହଳିରେ ଝିଅମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରାକ୍ଟିକାଲ୍‌ ଆକ୍ସନ ଓ ଶିଶୁ-ମହିଳା ବିକାଶ କେନ୍ଦ୍ର ଦ୍ୱାରା ରେଡିଓ ଦ୍ୱାରା ଶୁଣଲୋ ସଖୀ’ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ବୋଲି ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର