ଭୁବନେଶ୍ୱର: ନ୍ୟୁଡ଼ କଲ କଲେ ଆଉ ତାପରେ ଆଇପିଏସ ବେଶରେ ଟଙ୍କା ଲୁଟିଲେ | ଜଟଣୀର ବିପିନ କୁମାର ମୁଦୁଲି ଏଭଳି ଠକେଇର ଶିକାର ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଜଟଣୀର ବିପିନ କୁମାର ମେଡ଼ିସିନ ଦୋକାନରେ କାମ କରନ୍ତି | ଆଉ ତାଙ୍କୁ ଜଣେ ଯୁବତୀ ପ୍ରଥମେ ନ୍ୟୁଡ଼ କଲ କରିଥିଲେ | ଆଉ ଏହାପରେ ସ୍କ୍ରିନ ସଟ ରଖି ବ୍ଲାକମେଲ କରିଥିଲେ | ବଡ଼କଥା ଯେ ପୁଲିସ ବର୍ଦ୍ଦି ପିନ୍ଧି ଟଙ୍କା ନ ଦେଲେ ଫସେଇ ଦେବେ ବୋଲି ଧମକ ଦେଇଥିଲେ |
ଏହାପରେ ୩ଟି କିସ୍ତିରେ ପାଖାପାଖି ୭୦ ହଜାର ଟଙ୍କା ଲୁଟିନେଇଥିଲେ | ପରେ ସୋସିଆଲ ମିଡିଆରେ ନ୍ୟୁଡ଼ ଭିଡିଓ କଲକୁ ଭାଇରାଲ କଲେ | ଦୁଃଖର ସହ ବିପିନ ସାଇବର ଥାନାରେ ଅଭିଯୋଗ କରିଥିବାବେଳେ କେହି ଏଭଳି ବୋକାମୀର ଶିକାର ନହେବାକୁ ଗଣମାଧ୍ୟମ ସମ୍ମୁଖରେ ସେ ଅନୁରୋଧ କରିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/cyber.jpg)