ଭୁବନେଶ୍ବର : ଟାଟା ପାୱାରର ଜଣେ ଅଧିକାରୀଙ୍କୁ ୧.୩୬ ଲକ୍ଷ ଟଙ୍କାର ଚୂନ ଲଗାଇଛି ସାଇବର ଠକ। ଠକେଇର ଶିକାର ପ୍ରଶାନ୍ତ କୁମାର ପତି ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ଶ୍ରୀ ପତିଙ୍କର ଏକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କର କ୍ରେଡିଟ୍ କାର୍ଡ ରହିଛି। କ୍ରେଡିଟ୍ କାର୍ଡ ବିଲ୍ ଭରିବା ସମ୍ପର୍କରେ ତାଙ୍କ ନିକଟକୁ ଗତକାଲି ଏକ କଲ୍ ଆସିଥିଲା। ମାତ୍ର ଗତମାସ ୨୭ ତାରିଖରେ ସେ ବିଲ୍ ଦେଇଥିବା କହିଥିଲେ। କିନ୍ତୁ ଠକ ତାଙ୍କୁ ବିଲ୍ ନଦେଲେ ଅଧିକ ସୁଧ ପଡ଼ିବ ବୋଲି କହି ଡରାଇଥିଲା। ପ୍ରଶାନ୍ତ ହଡ଼ବଡ଼େଇ ଯାଇ ଠକ କହିବା ମୁତାବକ କ୍ରେଡିଟ୍ କାର୍ଡ ନମ୍ବର, ଫୋନ୍ ନମ୍ବର ଦେଇଥିଲେ। ଫୋନକୁ ଆସିଥିବା ଓଟିପି ନମ୍ବର ମଧ୍ୟ ଦେଇଥିଲେ। କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୩୬ ହଜାର ଟଙ୍କା କଟି ଯାଇଥିଲା।
ଟାଟା ପାୱାର ଅଧିକାରୀଙ୍କୁ ୧.୩୬ ଲକ୍ଷ ଟଙ୍କାର ଚୂନ ଲଗାଇଲା ସାଇବର ଠକ, କ୍ରେଡିଟ୍ କାର୍ଡ ବିଲ୍ ଦେବା ନାଁରେ ଲୁଟିଲା
/sambad/media/post_attachments/wp-content/uploads/2021/06/cyber-crime-Complete-Controller-1-1030x687-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)