ଭୁବନେଶ୍ୱର : ୫ହଜାର ପାଉଣ୍ଡ ଦେବାର ଲୋଭ ଦେଖାଇ ସାଇବର ଠକ ଜଣେ ଅବସରପ୍ରାପ୍ତ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ ପାଖରୁ ପ୍ରାୟ ୩୫ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଅଭିଯୋଗକାରୀ ଭୁବନେଶ୍ବର ସାଇବର ସେଲ୍ର ଦ୍ବାରସ୍ଥ ହୋଇଛନ୍ତି। ସୂଚନାନୁଯାୟୀ ଠକେଇର ଶିକାର ହୋଇଥିବା ରାଜା କିଶୋର ପଟ୍ଟନାୟକ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରେ ରହନ୍ତି। ୨ଦିନ ତଳେ ତାଙ୍କ ୟୁନିଅନ୍ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ସଂଯୁକ୍ତ ନମ୍ବରକୁ ଏକ ଅଜଣା ନମ୍ବରରୁ ମେସେଜ୍ ଆସିଥିଲା। ମେସେଜ୍ଟି ୟୁନି୍ଅନ୍ ବ୍ୟାଙ୍କ୍ରୁ ଆସିଥିବା ଉପରେ ଉଲ୍ଲେଖ କରିବା ସହିତ ସେ ୫ହଜାର ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୫ଲକ୍ଷ ୧୫ହଜାର ଟଙ୍କା ଜିତିଥିବା ଉଲ୍ଲେଖ ରହିଥିଲା। ମେସେଜ ପାଇବା ପରେ ଶ୍ରୀ ପଟ୍ଟନାୟକ ଉକ୍ତ ନମ୍ବରକୁ ଯୋଗାଯୋଗ କରିବା ସହିତ ଟଙ୍କା କେମିତି ପାଇବେ ବୋଲି ପଚାରିଥିଲେ। ଏହାରି ସୁଯୋଗ ନେଇ ସାଇବର ଠକ ତାଙ୍କ ମୋବାଇଲ୍ରୁ ଫୋନ୍ ପେ’ ଜରିଆରେ ପ୍ରାୟ ୩୫ହଜାର ଟଙ୍କା ଚତୁରତାର ସହ ଠକି ନେଇଥିଲେ। ଏନେଇ ସେ ସାଇବର ସେଲ୍ର ଦ୍ବାରସ୍ଥ ହେବା ସହ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ଅଭିଯୋଗ କରିଥିବା ଜଣାପଡ଼ିଛି।
୫ହଜାର ପାଉଣ୍ଡ୍ ଦେବେ କହି ଲୁଟିନେଲେ ୩୫ ହଜାର
/sambad/media/post_attachments/wp-content/uploads/2021/05/cyber-crime-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)