ଜୁନ୍‌ରେ କୋଟିଏ ୬ଲକ୍ଷ ଚଳୁ, ସାଇବର ଥାନାରେ ୩୫୭ ଅଭିଯୋଗରୁ ୨ ମାମଲା ରୁଜୁ

ଭୁବନେଶ୍ବର : ସାଇବର ଠକେଇ ପୁଣି ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଛି। କମିସନରେଟ୍ ପୁଲିସ ଦେଇଥିବା ରିପୋର୍ଟ କାର୍ଡ ଅନୁସାରେ, ଭୁବନେଶ୍ବର ସାଇବର ସେଲ୍‌କୁ ଜୁନ୍ ମାସରେ ମୋଟ ୩୯୦ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଭୁବନେଶ୍ବରରୁ କେବଳ ୩୫୭ଟି ଅଭିଯୋଗ ଆସିଥିବା ବେଳେ ମୋଟ କୋଟିଏ ୬ଲକ୍ଷ ୭ଶହ ୬୯ଟଙ୍କା ଠକେଇ ହୋଇଛି। ସର୍ବାଧିକ ୧୪୪ଟି ୟୁପିଆଇଜନିତ ଠକେଇ ଅଭିଯୋଗ ଆସିଥିବା ବେଳେ ୬୯ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ରହିଛି। ଏଥିମଧ୍ୟରୁ ଭୁବନେଶ୍ବର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ୨ଟି ମାମଲା ରୁଜୁ କରିଥିବା ବେଳେ ୩୫ଟି ସାମାଜିକ ଗଣମାଧ୍ୟମଜନିତ ମାମଲା ରହିଛି। ଅପରପଟେ ଠକେଇ ହୋଇଥିବା କୋଟିଏ ଟଙ୍କାରୁ ମୋଟ ୫ଲକ୍ଷ ୩୬ହଜାର ୧୦୧ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଥିବା ବେଳେ ୩ଲକ୍ଷ ୪୬ହଜାର ୭ଶହ ୮୧ଟଙ୍କା ଫେରସ୍ତ କରାଯିବାକୁ ରହିଛି।

ସମ୍ବନ୍ଧିତ ଖବର