ଭୁବନେଶ୍ବର: ଆଜି ଜଣେ ସେନା କର୍ମଚାରୀ ସାଇବର ଠକେଇର ଶିକାର ହୋଇଛନ୍ତି। ଗୁଗୁଲ୍ରେ ଫୋନ୍ ପେ’ କଷ୍ଟମର କେୟାର ନାମରେ ଯେଉଁ ଠକର ନମ୍ବର (୦୮୦୬୮୭୨୭୩୪) ରହିଛି, ସେଥିରେ କଲ କରି ୪୯ ହଜାର ଟଙ୍କା ହରାଇଛନ୍ତି। ଏଭଳି ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ବରର ଅଭୟ ଲେଙ୍କା। ଏନେଇ ସେ କମିସନରେଟ୍ ପୁଲିସର ସାଇବର ସେଲ୍ର ଦ୍ବାରସ୍ଥ ହୋଇଛନ୍ତି।
ସୂଚନା ମୁତାବକ, ଅଭୟ ଘରଭଡ଼ା ଦେବା ପାଇଁ ଘରମାଲିକକୁ ଯୋଗାଯୋଗ କରିଥିଲେ। ଭଡ଼ା ବାବଦକୁ ଅର୍ଥ ୬ ହଜାର ୮ଶହ ଟଙ୍କା ଫୋନ୍ ପେ’ ଜରିଆରେ ପଠାଇବାକୁ ମାଲିକ ପରାମର୍ଶ ଦେଇଥିଲେ। ମାଲିକଙ୍କ ନମ୍ବରରେ ସେ ଭଡ଼ା ଟଙ୍କା ପଠାଇଥିଲେ। ତାଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଇଥିଲେ ମଧ୍ୟ ମାଲିକଙ୍କ ଆକାଉଣ୍ଟରେ ଜମା ହୋଇନଥିଲା। ମାଲିକଙ୍କଠାରୁ ଏ ବାବଦରେ ଅବଗତ ହେବା ପରେ ସେ ଫୋନ୍ ପେ’ କଷ୍ଟମର କେୟାର ନମ୍ବର ପାଇଁ ଗୁଗୁଲ୍ରେ ସର୍ଚ୍ଚ କରିଥିଲେ। ଗୁଗୁଲ୍ରୁ ସେ ଫୋନ୍ ପେ’ କଷ୍ଟମର କେୟାର ଲେଖାଥିବା ଏକ ନମ୍ବର ପାଇ ଯୋଗାଯୋଗ କରିଥିଲେ। ଅଜଣା ବ୍ୟକ୍ତି ନିଜକୁ ଫୋନ୍ ପେ’ କଷ୍ଟମର କେୟାର ବୋଲି ପରିଚୟ ଦେଇ ଫୋନ୍ ପେ’ ଅପ୍ଡେଟ୍ କରିବା ପାଇଁ ତା’ର ନିର୍ଦ୍ଦେଶ ମାନିବାକୁ କହିଥିଲା। ଅପ୍ଡେଟ୍ କରିବା ପରେ କଟିଥିବା ଟଙ୍କା ଫେରି ଆସିବ ବୋଲି କହିବା ସହ ୪୯ହଜାର ଟଙ୍କାର ‘ମନି ରିକ୍ୟୁଏଷ୍ଟ’ ପଠାଇଥିଲା। ଏହି ମନି ରିକ୍ୟୁଏଷ୍ଟକୁ ଓକେ କରୁ କରୁ ତାଙ୍କ ଆକାଉଣ୍ଟରୁ ୪୯ ହଜାର ଟଙ୍କା କଟି ଯାଇଥିଲା। ଏନେଇ ସେ ତୁରନ୍ତ ସାଇବର ସେଲ୍ ସହ ଯୋଗାଯୋଗ କରିଥିଲେ।
ସାଇବର ଠକେଇ: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କଠାରୁ ଠକି ନେଲେ ୪୯ ହଜାର
/sambad/media/post_attachments/wp-content/uploads/2021/02/SKYPE-CYBERCRIMINAL-WHT-E1492637516643102652.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)