ଭୁବନେଶ୍ବର : କୋଭିଡ୍-୧୯ ମୁକାବିଲାରେ ସମସ୍ତେ ଲାଗି ପଡ଼ିଥିବା ବେଳେ ସାଇବର ଅପରାଧୀ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ଏହି ସମୟରେ କିପରି ଅଧିକରୁ ଅଧିକ ଫାଇଦା ପାଇବେ ସେ ପାଇଁ ଠକ ନାନା ଉପାୟ କରୁଛି। ଅନ୍ଲାଇନ୍ରେ ମଦ ବିକିବା ଆଳରେ କିଏ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛି ତ’ ଏଟିଏମ୍ କାର୍ଡ ନବୀକରଣ ଆଳରେ କେହି ଆକାଉଣ୍ଟ ଖାଲି କରିଦେଉଛି। ଗତକାଲି ଏଭଳି ଏକ ଘଟଣା ଘଟିଛି। କଟକ ତଳ ତେଲେଙ୍ଗା ବଜାରର ଲକ୍ଷ୍ମୀ ମିଶ୍ରଙ୍କ ଆକାଉଣ୍ଟରୁ ୨୪ ହଜାର ଟଙ୍କା ହଡପ ହୋଇଯାଇଛି। ଏ ନେଇ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ ହୋଇଛି। ଠକାମୀରେ ବ୍ୟବହୃତ ମୋବାଇଲ ନମ୍ବର ପଶ୍ଚିମବଙ୍ଗର ବୋଲି ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି।
ସୂଚନା ମୁତାବକ, ଗତ କାଲି ଅପରାହ୍ଣ ସାଢ଼େ ଗୋଟାଏରେ ଲକ୍ଷ୍ମୀଙ୍କ ମୋବାଇଲକୁ ଅନ୍ୟ ଏକ ମୋବାଇଲ ନମ୍ବର(୭୩୧୮୯୨୮୯୨୯)ରୁ କଲ୍ ଆସିଥିଲା। ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ୍ର କର୍ମଚାରୀ ବୋଲି ସେ ନିଜକୁ ପରିଚୟ ଦେଇଥିଲା। ଏହି ବ୍ୟାଙ୍କ୍ରେ ଲକ୍ଷ୍ମୀଙ୍କର ଆକାଉଣ୍ଟ ରହିଥିଲା। ଏଟିଏମ୍ କାର୍ଡର ଅବଧି ଶେଷ ହୋଇଯାଇଛି, ଅନ୍ଲାଇନ୍ରେ ଏହାକୁ ନବୀକରଣ କରିବାକୁ କହି ଲକ୍ଷ୍ମୀଙ୍କ ଠାରୁ ଠକ ଏଟିଏମ୍ ନମ୍ବର, ସିଭିଭି ନମ୍ବର ଓ ଫୋନ୍କୁ ଆସିଥିବା ଓଟିପି ନେଇ ଯାଇଥିଲା। କିଛି ସମୟ ପରେ ଆକାଉଣ୍ଟରେ ଥିବା ସମସ୍ତ ୨୪ ହଜାର ଟଙ୍କା କଟି ଯାଇଥିଲା। ପରେ ସେ ସେହି ନମ୍ବରକୁ ଲଗାଇବା ପରେ ତାହା ବନ୍ଦ ଥିଲା। ଏଣୁ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Cyber-crime-1.jpg)