ଭୁବନେଶ୍ବର : କୌନ୍ ବନେଗା କରୋଡ଼ପତି(କେବିସି) ନାଁରେ ୧୨.୫ ଲକ୍ଷ ଟଙ୍କା ଠକେଇ ହୋଇଛି। ଠକେଇର ଶିକାର ହୋଇଥିବା ପ୍ରସନ୍ନ ରାଉତ ସାଇବର ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି।

Advertisment

ପ୍ରସନ୍ନଙ୍କ କହିବା ମୁତାବକ, ସେ କେବିସି କାର୍ଯ୍ୟକ୍ରମରେ ଏକ କୋଟି ଟଙ୍କା ଜିତିଛନ୍ତି ବୋଲି ତାଙ୍କ ମୋବାଇଲକୁ ଏସ୍‌ଏମ୍‌ଏସ୍‌ ଆସିଥିଲା। ପରେ ପରେ ତାଙ୍କ ପାଖକୁ ଡାକ ଜରିଆରେ ଏକ ଚିଠି ମଧ୍ୟ ଆସିଥିଲା। ଚିଠିରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ଏକ କୋଟି ଟଙ୍କା ପାଇବା ପାଇଁ ତାଙ୍କୁ ୧୨.୫ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ। ଏଥିପାଇଁ ତାଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ପଡ଼ିବ। କୋଟିଏ ଟଙ୍କା ପାଇବା ଲୋଭରେ ସେ ତାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ। ପରେ ପରେ ତାଙ୍କ ଆକାଉଣ୍ଟରୁ ୧୨.୫ ଲକ୍ଷ ଟଙ୍କା କଟି ଯାଇଥିଲା।