ରାଜଧାନୀରେ ପୁଣି ସାଇବର ଠକେଇ ଅଭିଯୋଗ, ବରିଷ୍ଠ ନାଗରିକଙ୍କ ଠାରୁ ଠକି ନେଲେ ୩୬ ହଜାର ଟଙ୍କା! 

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଥରେ ସାଇବର ଠକେଇ ହୋଇଛି। ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ସାଇବର ଲୁଟେରା ୩୬ ହଜାର ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଇ-କମର୍ସ କଂପାନି ଆମାଜନ ନାଁରେ ବରିଷ୍ଠ ନାଗରିକଙ୍କୁ ସାଇବର ଲୁଟେରା ଚୂନ ଲଗାଇଛନ୍ତି।

ସୂଚନା ଅନୁସାରେ, ଭୁବନେଶ୍ୱର ୟୁନିଟ ୪ ଅଞ୍ଚଳର ବରିଷ୍ଠ ନାଗରିକ ପ୍ରମୋଦ ଚନ୍ଦ୍ର ରଥଙ୍କ ଠାରୁ ଟଙ୍କା ଠକେଇ ହୋଇଛି। ଖାରବେଳ ନଗର ଥାନାରେ ପ୍ରମୋଦ ଚନ୍ଦ୍ରଙ୍କ ଝିଅ ଅଭିଯୋଗ କରିଛନ୍ତି ଯେ, ଆମାଜନର ପରିଚୟ ଦେଇ ଗତ ଡିସେମ୍ବର ୨୩ ତାରିଖରେ ତାଙ୍କ ବାପାଙ୍କ ପାଖକୁ ଫୋନ ଆସିଥିଲା । ଲୋଭନୀୟ ଅଫର ଦେଇ ଅର୍ଡର ବାବଦକୁ ଜିଏସ୍‌ଟି ଡିପୋଜିଟ ପାଇଁ କହିଥିଲେ ଠ‌କ । ସେହି ଅନୁସାରେ ୪ଟି ପ୍ରର୍ଯ୍ୟାୟରେ ୩୬ ହଜାର ଟଙ୍କା ଡିପୋଜିଟ କରିଥିଲେଶ୍ରୀ ରଥ । ପରେ ଏହି ଟଙ୍କାକୁ କିଛି ଗିପ୍ଟ ସହ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ବେଶ୍ କିଛି ଦିନ ବିତିବା ପରେ କୌଣସି ସାମଗ୍ରୀ ଆସି ନଥିଲା। ଏହାପରେ କଂପାନି ସହ ଯୋଗାଯୋଗ କରିବାରୁ ଠକେଇ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏ ନେଇ ଖାରବେଳ ନଗର ଥାନାରେ ସଂପୃକ୍ତ ବ୍ୟକ୍ତିଙ୍କ ଝିଅ ମଧୁମିତା ମିଶ୍ର ଏତାଲା ଦେବା ପରେ ଘଟଣାକୁ ଗୁରୁତର ଭାବରେ ନେଇଛି କମିସନରେଟ  ପୁଲିସ ।

ସମ୍ବନ୍ଧିତ ଖବର