ଭୁବନେଶ୍ବର: ସାଇବର ଫ୍ରଡ୍ ଟଙ୍କା ଫେରିଥିବାର ଖବର ମିଳିଛି। ଅଭିଯୋଗକାରୀ ପ୍ରଥମ ଥର ପାଇଁ ସାଇବର ଠକେଇ ଟଙ୍କା ଫେରିପାଇଛନ୍ତି। ଦୁର୍ବୃତ୍ତ ସହିଦନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୫୩ ହଜାର ଟଙ୍କା ଠକି ନେଇଥିଲେ। ଓଟିପି ମାଗି ଟଙ୍କା ନେଇଯାଇଥିଲେ ଦୁର୍ବୃତ୍ତ।
ଠକେଇ ହେବାର ଗୋଲଡେନ ପିରିୟଡ ଭିତରେ ଅର୍ଥାତ ଘଣ୍ଟାଏ ଭିତରେ ଅଭିଯୋଗକାରୀ ସାଇବର ସେଲକୁ କଲ କରି ଘଟଣା ସଂପର୍କରେ ସୂଚନା ଦେଇଥିଲେ। ଗତ ଦୁଇ ଦିନ ତଳେ ଅର୍ଥାତ ୯ ତାରିଖରେ ଏହି ଘଟଣା ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/cybercriminals-convicted-malware-fraud-legal.jpg)