ଭୁବନେଶ୍ବର : ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି ସାଇବର ଅପରାଧୀ। ଲକ୍‌ଡାଉନ୍‌ରେ ଅଧିକ ସକ୍ରିୟ ହୋଇ ଲୋକଙ୍କଠାରୁ ଲୁଟି ନେଇଛନ୍ତି ଲକ୍ଷଲକ୍ଷ ଟଙ୍କା। ରାଜଧାନୀ ଭୁବନେଶ୍ବରରେ ସାଇବର ଅପରାଧ ଏବେ ଶୀର୍ଷରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରଥମ ୬ ମାସରେ ସାଇବର ଅପରାଧ ୪୭ ପ୍ରତିଶତ ବଢ଼ିଛି। ଯାହାକି ରାଜଧାନୀର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲାରୁ ଜଣାପଡ଼ିଛି।

Advertisment

୨୦୨୦ରେ ପ୍ରଥମ ୬ ମାସରେ ରାଜଧାନୀରେ ୫୧ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ଜାନୁଆରିରୁ ଜୁନ୍ ଶେଷ ସୁଦ୍ଧା ୭୫ଟି ମାମଲା ରୁଜୁ ହୋଇଛି। ଖାଲି ସେତିକି ନୁହେଁ; ଏହି ସମୟ ମଧ୍ୟରେ ଠକେଇ ସଂକ୍ରାନ୍ତରେ ଲୋକଙ୍କ ମୋବାଇଲକୁ ବିପୁଳ ଫୋନ୍ କଲ୍ ଆସିଛି। ବିଶେଷ କରି ଅନଲାଇନ୍ ବ୍ୟାଙ୍କିଙ୍ଗ୍, ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜରିଆରେ ଠକେଇ ହୋଇଛି। ସେହିପରି ଲଟେରି, ରିଓ୍ଵାର୍ଡ ପଏଣ୍ଟ ଆଦି ଲୋଭରେ ପଡ଼ି ମଧ୍ୟ ଲୋକ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ୨୦୧୯ରେ ମୋଟ ୧୨୪ଟି ଏଭଳି ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୧୨୩ଟି ମାମଲା ହୋଇଥିଲା।

୨୦୨୦ ପ୍ରଥମ ୬ ମାସ ମାମଲା ସଂଖ୍ୟା
ମାସ ମାମଲା
ଜାନୁଆରି ୧୦
ଫେବ୍ରୁଆରି ୮
ମାର୍ଚ୍ଚ ୯
ଏପ୍ରିଲ ୨
ମେ ୮
ଜୁନ୍ ୧୪
ମୋଟ ୫୧
୨୦୨୧ ପ୍ରଥମ ୬ ମାସର ମାମଲା ସଂଖ୍ୟା
ମାସ ମାମଲା
ଜାନୁଆରି ୧୬
ଫେବ୍ରୁଆରି ୧୦
ମାର୍ଚ୍ଚ ୧୦
ଏପ୍ରିଲ ୧୧
ମେ ୧୭
ଜୁନ୍ ୧୧
ମୋଟ ୭୫