ସାଇକେଲ ଆରୋହୀକୁ ଧକ୍କାଦେଲା କାର୍‌

ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ ଥାନା ଅଧୀନ ଟଙ୍କପାଣି ରୋଡ୍‌ରେ ଜଣେ ସାଇକେଲ୍‌ ଆରୋହୀଙ୍କୁ ଏକ କାର୍‌ ଧକ୍କାଦେବାରୁ ସାଇକେଲ୍‌ ଆରୋହୀ ତାରିଣୀ ବସ୍ତିର କୃପାସିନ୍ଧୁ ପୃଷ୍ଟି(୪୨) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟଲ ହସ୍ପିଟାଲରେ ଭର୍ତି କରାଯାଇଛି। ଘଟଣାସ୍ଥଳରୁ ପୁଲିସ କାର୍‌(ଓଆର୍‌୦୨ଇ୨୨୨୨)ଟିକୁ ଜବତ କରିବା ସହ ଡ୍ରାଇଭର୍‌କୁ ଅଟକ ରଖିଛି। ପୁଲିସ ସୂଚନା ଅନୁଯାୟୀ କୃପାସିନ୍ଧୁ ସୁରକ୍ଷାକର୍ମୀ ଭାବେ କାମ କରନ୍ତି। ସେ ଆଜି ସନ୍ଧ୍ୟ‌ା ପ୍ରାୟ ସାଢ଼େ ୭ଟାରେ ସାଇକେଲ୍‌ରେ ରବି ଟକିଜ୍‌ ଆଡ଼କୁ ଯାଉଥିଲେ। ଏହି ସମୟରେ ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେ ଅଚେତ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର