ଭୁବନେଶ୍ୱର: ବାତ୍ୟା ଫନି କେବଳ ପୁରୀ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାଣ୍ଡବ ରଚିଛି। ବିଭିନ୍ନ ସ୍ଥାନରେ ଦୋକାନ ବଜାର ସମେତ ଅନେକ ବିଶାଳ ଗଛ ରାସ୍ତା ଉପରେ ପଡିରହିଛି। ତେବେ ଏହି ବାତ୍ୟା ଫୋନିରୁ ବାଦ ପଡିନାହିଁ ପାହାଳ ମିଠା ଦୋକାନ। ମିଳିଥିବା ସୂଚନା ଅନୁସାରେ ବାତ୍ୟା ଫନି ପ୍ରଭାବରେ ପାହାଳ ମିଠା ଦୋକାନୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଦୋକାନ ଗୁଡିକ ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି। ବାତ୍ୟାର ୩ ଦିନ ପରେ ବି ବ୍ୟବସାୟୀ ମାନେ ଦୋକାନକୁ ଠିକ କରିପାରିନାହାନ୍ତି।
/sambad/media/post_attachments/wp-content/uploads/2019/05/Pahala-Rasagola-Market_2.png)
କିଛି ଦୋକାନୀ ଆଜି ଉଜୁଡିଯାଇଥିବା ଦୋକାନକୁ ସଜାଡିବାକୁ ଆରମ୍ଭ କରିଛନ୍ତି। ହେଲେ କେବେ ଦୋକନା ଗୁଡିକ ସଜାଡି ହେବ ଏବଂ ପୁଣି ଥରେ ପୂର୍ବପରି ମିଠା ମିଳିବ ତାହାର କୌଣସି ଖବର ବା ଆଶା ଦୋକାନୀଙ୍କ ପାଖରେ ନାହିଁ। ହେଲେ ତଥାପି ପୁଣି ଥରେ ନିଜ ଅଣ୍ଟାକୁ ସଳଖ କରି ନିଜ ନିଜ ଉଜୁଡା ଦୋକାନକୁ ସଜାଡିବାରେ ବ୍ୟସ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Pahala-Rasgola-Market_Thumbnail-1.jpg)