ଡିଏଭି ଚନ୍ଦ୍ରଶେଖରପୁରର ଅଭିଭାବକ ଦିବସ ‘ଅଭିବ୍ୟକ୍ତି’ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର : ଡିଏଭି ପବ୍ଲିକ୍‌ ସ୍କୁଲ ଚନ୍ଦ୍ରଶେଖରପୁରର ଅଭିଭାବକ ଦିବସ ‘ଅଭିବ୍ୟକ୍ତି’କୁ ରାଜ୍ୟ ବୈଷୟିକ ଶିକ୍ଷା ସଚିବ ତଥା ଇଡ୍‌କୋ ସିଏମ୍‌ଡ଼ି ସଂଜୟ କୁମାର ସିଂହ ଉଦ୍‌ଘାଟନ କରିଛନ୍ତି। ବିଦ୍ୟାଳୟର ଚେୟାରମ୍ୟାନ୍‌ ମଦନମୋହନ ପଣ୍ଡାଙ୍କ ପୌରୋହିତ୍ୟରେ ସମାହିତ ଏହି ଉତ୍ସବର ପ୍ରାରମ୍ଭରେ ବିଦ୍ୟାଳୟ ଅଧ୍ୟକ୍ଷ ଡ. କେଶବ ଚନ୍ଦ୍ର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ନିଉଜ୍‌ ଲେଟର୍‌ ‘ବିକନ୍‌’ ଉନ୍ମୋଚିତ ହୋଇଥିଲା। ଚଳିତ ବର୍ଷ ଏକ ଭାରତ, ଶ୍ରେଷ୍ଠ ଭାରତ ଥିମ୍‌କୁ ନେଇ ସାଂସ୍କୃତିକ ବିଚିତ୍ରା ପରିବେଷିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନକାରୀ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ମଞ୍ଜରୀ ଶତପଥୀ ଶତପଥୀ, ମେଜର ଜେନେରାଲ ବି.କେ. ମହାପାତ୍ର, ଅନ୍ୟ ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷଅଧ୍ୟକ୍ଷାଗଣ ମଞ୍ଚାସୀନ ଥିଲେ। କୋଅଡ଼ିନେଟର ଇନ୍ଦିରା ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର