ଭୁବନେଶ୍ୱର: ଭୁବନେଶ୍ୱର ପୁରୀ ରାସ୍ତାରେ ଚଳାଚଳ କରୁଥିବା ମାଲବାହୀ ଗାଡ଼ିଗୁଡ଼ିକରୁ ଡକାୟତି ଯୋଜନା କରୁଥିବା ବେଳେ ଲିଙ୍ଗରାଜ ଥାନା ପୁଲିସ୍ ହାବୁଡ଼ରେ ପଡ଼ିଛନ୍ତି ଦୁର୍ବୃତ୍ତ। ସେମାନେ ହେଲେ, ପଳାଶପଲ୍ଲୀ ଅଞ୍ଚଳର ଲକି ପ୍ରଧାନ(୨୪), ଶିଶୁପାଳଗଡ଼ ଅଞ୍ଚଳର ବିଶ୍ୱଜିତ୍ ବେହେରା(୨୩), ବିଜେବିନଗର ଅଞ୍ଚଳର ସନ୍ତୋଷ ପ୍ରଧାନ(୩୦) ଓ ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଅଞ୍ଚଳର ରମେଶ ମିଶ୍ର(୩୦)। ସେମାନଙ୍କଠାରୁ ଖଣ୍ଡା, ଲୁହା ରଡ୍ ଭଳି ମାରଣାସ୍ତ୍ର, ଲଙ୍କା ଗୁଣ୍ଡ, ଦୁଇଟି ପଲସର୍ ବାଇକ୍ ଓ ୩ ମୋବାଇଲ ଫୋନ୍ ଜବତ କରାଯାଇଛି।
ଚଢ଼ଉ ବେଳେ ଜଣେ ଫେରାର୍ ହୋଇଯିବାରେ ସକ୍ଷମ ହୋଇଛି। ପୁଲିସ୍ ସୂଚନା ଅନୁସାରେ ଏହି ୫ଜଣିଆ ସଶସ୍ତ୍ର ଡକାୟତ ଦଳ ବଶିଷ୍ଠନଗର କେନାଲ ବନ୍ଧରେ ଏକ ଅନ୍ଧାରୁଆ ସ୍ଥାନରେ ଏକାଠି ହୋଇଥିବା ବେଳେ ଚଢ଼ଉ କରାଯାଇଥିଲା। ଏମାନେ ପୂର୍ବରୁ ପୁରୀ ଭୁବନେଶ୍ବର ରାସ୍ତାରେ ମାଲବାହୀ ଟ୍ରକ୍କୁ ଲୁଟୁଥିଲେ ବୋଲି ସ୍ବୀକାର କରିଥିବା ପୁଲିସ ସୂଚନା ଦେଇଛି।