ଦାଦାବଟିକୁ ଶୂନ୍ୟ ସହନଶୀଳତା, ସବୁ ଥାନାକୁ ସିପିଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର : ଚିରାଚରିତ ଢ଼ଙ୍ଗରେ ପାର୍ବଣ ଋତୁରେ ସକ୍ରିୟ ହୋଇପଡ଼ନ୍ତି ଦାଦା। ବଟି ଆଦାୟ କରିବାକୁ ଅପରାଧୀମାନେ ବିଭିନ୍ନ ପନ୍ଥା ଆପଣାଇଥାନ୍ତି। ଫଳରେ ଦାଦାବଟିକୁ ନେଇ ବିଭିନ୍ନ ଅପରାଧ ଘଟେ। ପ୍ରାଣାନ୍ତକ ଆକ୍ରମଣଠାରୁ ଆରମ୍ଭ କରି ଅପହରଣ ପର୍ଯ୍ୟନ୍ତ କଥା ଯାଏ। କିନ୍ତୁ ଏଥର କମିସନରେଟ୍‌ ପୁଲିସ ଦାଦାବଟିକୁ ଶୂନ୍ୟ ସହନଶୀଳତା ଭାବେ ଧରିନେଇଛି। ପୂଜାରେ ଦାଦାବଟି ଆଦାୟ ବିରୋଧୀ ଅଭିଯାନକୁ ଗୁରୁତ୍ବର ସହ ନେଇଛି କମିସନରେଟ ପୁଲିସ। ଏଥିପାଇଁ ଶୂନ୍ୟ ସହନଶୀଳତା ବା ଜିରୋ ଟଲେରାନ୍ସ ବାବଦରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସବୁ ଥାନାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନଙ୍କ ନାଁରେ ଦାଦାବଟି ଆଦାୟ କରିବା‌ ଅଭିଯୋଗ ଆସିବ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର