୧୧ ପ୍ରତିଭାଙ୍କୁ ଦଧୀଚି ସମ୍ମାନ

ଭୁବନେଶ୍ବର: ଦଧୀଚି ଏଜୁକେସନାଲ୍‌ ଟ୍ରଷ୍ଟ ପକ୍ଷରୁ ପ୍ରତିଭା ପୂଜନ ଓ ଦ୍ବିତୀୟ ଦଧୀଚି ସମ୍ମାନ ପ୍ରଦାନ କରାଯାଇଛି। ହ୍ବାଇଟ୍‌ କାନଭାସ ସହଯୋଗରେ ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ‌ଏହି ସମ୍ମାନ ପ୍ରଦାନ ଉତ୍ସବକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ। ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟଅତିଥି, ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ ମୁଖ୍ୟବକ୍ତାଭ‌ାବେ ଯୋଗ ଦେଇଥିଲେ। ଦଧୀଚି ଏଜୁକେସନ ଟ୍ରଷ୍ଟର ଅଧ୍ୟକ୍ଷ ମନୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିପିୟୁଟି କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ, ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାଶ, ପୁରୀ ଆଦିତ୍ୟ ବାହିନୀର ମହାସଚିବ ମାତୃପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଓଡ଼ିଶାର ୧୧ ଜଣ ପ୍ରତିଭାଙ୍କୁ ଦଧୀଚି ସମ୍ମାନ ପ୍ରଦାନ କରାଯାଇଥିଲା। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଦଧୀଚି ଶିକ୍ଷା ଜ୍ୟୋତି ସମ୍ମାନ, ‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତିଙ୍କୁ ଦଧୀଚି ସାହିତ୍ୟ ଜ୍ୟୋତି ସମ୍ମାନ, ପଦ୍ମଶ୍ରୀ ଦୈତାରି ନାୟକଙ୍କୁ ଦଧୀଚି ସେବା ଜ୍ୟୋତି ସମ୍ମାନ, ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଦଧୀଚି କୃଷି ଜ୍ୟୋତି ସମ୍ମାନ, ଶିଳ୍ପପତି ଶରତ କୁମାର ସାହୁଙ୍କୁ ଦଧୀଚି ଶିଳ୍ପ ଜ୍ୟୋତି ସମ୍ମାନ, ବୈଜ୍ଞାନିକ ବିନୟ କୁମାର ଦାସଙ୍କୁ ଦଧୀଚି ବିଜ୍ଞାନ ଜ୍ୟୋତି ସମ୍ମାନ, ଚିକିତ୍ସାବିତ୍‌ ଶୁକଦେବ ନାୟକଙ୍କୁ ଦଧୀଚି ‌ଚିକିତ୍ସା ଜ୍ୟୋତି ସମ୍ମାନ, ଦୀପକ କୁମାର ରଥକୁ ଦଧୀଚି ସମ୍ବାଦିକ ସମ୍ମାନ, ‘ସମାଜ’କୁ ଦଧୀଚି ଆଦର୍ଶ ଜ୍ୟୋତି ସମ୍ମାନ, ଭାଗବତ ସାହୁଙ୍କୁ ଦଧୀଚି ସେବା ଜ୍ୟୋତି ସମ୍ମାନ, ଛାତ୍ର ବିଶ୍ବବିଜୟୀ ସ୍ବାଇଁଙ୍କୁ ଦଧୀଚି ଶିକ୍ଷା ଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ନୃତ୍ୟଶିଳ୍ପୀ କମଲେଶ ପଟେଲ, ନୃତ୍ୟ ନୈବେଦ୍ୟ, ଫେଟ୍‌ ଫାଇଟର୍ସ ଗ୍ରୁପ୍‌ ବିଭିନ୍ନ ଦେଶାତ୍ମବୋଧ ନୃତ୍ୟ ପ୍ରଦର୍ଶନ କରିଥିଲେ। ଦଧୀଚି ଗ୍ରୁପ୍‌ର ମ୍ୟାନେଜିଙ୍ଗ୍‌ ଟ୍ରଷ୍ଟି ବବିତା ଦାଶ ଧନ୍ୟବାଦ ଦେଇଥିଲେ। ଉଲ୍ଲାସ ଚନ୍ଦ୍ର ବେ‌ହୁରା ଓ ସେଫାଳି ଉଦ୍‌ଗାତା ଉପସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର