ଦଧୀଚି ପବ୍ଲିକ ସ୍କୁଲ୍‌ରେ ଗୋଷ୍ଠୀ ସମ୍ପଦ ବିନିଯୋଗ କର୍ମଶାଳା

ଭୁବନେଶ୍ବର: ସୁନ୍ଦରଗ୍ରାମସ୍ଥିତ ଦଧୀଚି ପବ୍ଲିକ୍ ସ୍କୁଲ୍ ପରିସରରେ ବିଦ୍ୟାଳୟ ବିକାଶରେ ଗୋଷ୍ଠୀ ସମ୍ପଦ ବିନିଯୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜଧାନୀ କଲେଜର ଶିକ୍ଷକ-ଶିକ୍ଷା ବିଭାଗର ଅଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଦଧୀଚି ଗ୍ରୁପ୍ ଚେୟାରମ୍ୟାନ୍ ମନୋଜ ଦାଶ ଓ ବବିତା ଦାଶ ଉଦ୍‌ଘାଟନ କରିଥିଲେ।

ସ୍କୁଲର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ଭଟ୍ଟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜଧାନୀ କଲେଜର ବରିଷ୍ଠ ଅଧ୍ୟାପକ ସରୋଜକାନ୍ତ ଚୌଧୁରୀ ଶିକ୍ଷକ-ଶିକ୍ଷାର ବିକାଶ ପାଇଁ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମ ପଟ୍ଟନାୟକ, ସୁନାକର ଦାସ, କାଦମ୍ବିନୀ ରାଉତରାୟ, ରଶ୍ମୀରଞ୍ଜନ ପୁହାଣ, ସ୍ମୃତି ପଣ୍ଡା, ଶ୍ରେୟା ମିଶ୍ର ଓ ପଲ୍ଲବିନୀ ଖୁଣ୍ଟିଆ ଯୋଗ ଦେଇଥିଲେ। ଦଧୀଚି କଲେଜର କଳା ବିଭାଗର ମୁଖ୍ୟ ଅଭିମନ୍ୟୁ ପଣ୍ଡା ଏପରି କର୍ମଶାଳାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ମୋନାଲିସା କାଶ୍ୟପ ଓ ହରେକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର