ଭୁବନେଶ୍ବରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳକୁ ଖସିଲା

ଭୁବନେଶ୍ବର :  ଭୁବନେଶ୍ବର ମହାନଗର ଅଞ୍ଚଳରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୫୦୦ ତଳକୁ ଖସିଛି ।  ଏହା ସହିତ ଦୈନିକ ଆରୋଗ୍ୟ ସଂଖ୍ୟା କ୍ରମାଗତ ଭାବେ ୧ ହଜାର ଉପରେ ରହିଛି ।

ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭୁବନେଶ୍ବରରେ ଆଜି ୪୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩୫୩ ଥିବାବେଳେ ୧୧୮ଟି କ୍ବାରାଣ୍ଟିଇନ ମାମଲା ରହିଛି । ଏହାକୁ ମିଶାଇ ଭୁବନେଶ୍ବର ମହାନଗର ଅଂଚଳରେ ଏପର୍ୟ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୨୩୫୪କୁ ବୃଦ୍ଧି ପାଇଛି । ତେବେ ଆଜି ଭୁବନେଶ୍ବରରେ ୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ମୃତ୍ୟୁ ସଂଖ୍ୟା ୩୨୮ରେ ପହଞ୍ଚିଛି ।

ଏହାସହିତ ଆଜି ଭୁବନେଶ୍ବରରୁ ୧୦୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହା ଫଳରେ ଏପର୍ୟ୍ୟନ୍ତ ମୋଟ ଆରୋଗ୍ୟ ସଂଖ୍ୟା ୫୯୯୦୮କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ  ବିଏମସି ଅଂଚଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୯୭କୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର