ରାଜଧାନୀରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗିଲା, ୨୪ ଘଣ୍ଟାରେ ୫୮୧

ଗତ ସେପ୍ଟେମ୍ବର ୩ରେ ୫୮୦ ଚିହ୍ନଟ ହୋଇଥିଲେ, ଏବେ ବି ଶୀର୍ଷକୁ ଛୁଇଁନି ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସବୁ ରେକର୍ଡ ଭା‌ଙ୍ଗିଛି। ଦୁଇ ବର୍ଷ ମଧ୍ୟରେ ଆଜି ସର୍ବାଧିକ ୫୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜଧାନୀରେ କରୋନା ସ୍ଥିତି କ୍ରମଶଃ ଅଣାୟତ୍ତ ହେବାର ସଂକେତ ଦେଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୩, ୨୦୨୦ରେ ‌ରାଜଧାନୀରୁ ସର୍ବାଧିକ ୫୮୦ଜଣ ଆକ୍ରାନ୍ତ ଚିହ୍ନଟ ‌େହାଇଥିଲେ। ଫରକ ହେଉଛି ଗତବର୍ଷ ରାଜଧାନୀରେ କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ଏହି ରେକର୍ଡ ହୋଇଥିଲା। କିନ୍ତୁ ଏବେ ରାଜଧାନୀରେ ମଡରେଟ୍ ସ୍ଥିତିରେ ଥିବାବେଳେ ଏହା ଗତବର୍ଷର ରେକର୍ଡ ଭାଙ୍ଗିଛି। ତେଣୁ ଏ ବର୍ଷ ରାଜଧାନୀ‌େର ସଂକ୍ରମଣ ଶୀର୍ଷରେ ପହଞ୍ଚିଲେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଢେର୍ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି।

ଚିନ୍ତାର ବିଷୟ ହେଲା, ଗତବ‌ର୍ଷ ମାର୍ଚ୍ଚ ମାସରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶୀର୍ଷରେ ପହଞ୍ଚିବାକୁ ୬ମାସ ଲାଗିଥିଲା। କିନ୍ତୁ ଏଥର ମାର୍ଚ୍ଚ ମାସରେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ଥିବାବେଳେ ମାସକ ମଧ୍ୟରେ ଏହା ରେକର୍ଡ ଭାଙ୍ଗିଛି। ମାସକରେ ଗତ ଥରର ଶୀର୍ଷକୁ ମଧ୍ୟ ଟପିଯାଇଛି। ଯାହା ରାଜଧାନୀବାସୀଙ୍କ ମନରେ ଛନକା ପଶାଇ ଦେଇଛି। ଅପରପକ୍ଷେ ଗତବର୍ଷ ସେପ୍ଟେମ୍ବର ୩ରେ ଯେଉଁ ୫୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ସେଥିରେ ସଙ୍ଗରୋଧରୁ ୨୨୧ଜଣ ଚିହ୍ନଟ ହୋଇଥିଲେ। ଅବଶିଷ୍ଟ ୨୧୯ଜଣ କେବଳ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ ବାକି ୩୫୯ଜଣ ସ୍ଥାନୀୟ ସଂକ୍ରମିତ ଥିଲେ। ହେଲେ ଆଜି ୫୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୦ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ୧୧୧ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ଏହା ସୂଚାଉଛି ଯେ, ରାଜଧାନୀରେ ଆକ୍ରାନ୍ତ ଏବେ ଖୋଲାଖୋଲି ବୁଲୁଛନ୍ତି, ନଚେତ୍ ଆକ୍ରାନ୍ତ ହେବା ପରେ ବି ଲୋକମାନେ ଜାଣିପାରୁନାହାନ୍ତି। ଯେଉଁଥିପା‌ଇଁ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଏବେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଆଗକୁ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଯେ ନିଶ୍ଚିତ ବଢ଼ିବ ଏଥିରେ ସନ୍ଦେହ ନାହିଁ।

ଗତବର୍ଷ ରାଜଧାନୀରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଟପିବା ସମୟରେ ଖଣ୍ଡଗିରି, ଆଇଆର୍‌ସି ଭିଲେଜ, ନୂଆପଲ୍ଲୀ, ଲକ୍ଷ୍ମୀସାଗର, ଝାରପଡ଼ା, ପଟିଆ ଅଞ୍ଚଳ ଯେପରି ହଟସ୍ପଟ୍ ଥିଲା ଏବେ ପୁଲି ଏହି ସବୁ ସ୍ଥାନ ହଟସ୍ପଟ୍ ପାଲଟିଛି। ଏଥିରେ ବରମୁଣ୍ଡା, ଶୈଳଶ୍ରୀ ବିହାର, ଟଙ୍କପାଣି ରୋଡ ଯୋଡ଼ି ହୋଇଯାଇଛି। ଏବେ ପ୍ରତି ଅଞ୍ଚଳରୁ ଦିନକରେ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସାରା ରାଜଧାନୀରେ ଆକ୍ରାନ୍ତ ଛାଇଗଲେଣି। ସବୁ ଅଞ୍ଚଳରେ, କଲୋନିରେ ଆକ୍ରାନ୍ତ ଭର୍ତ୍ତି ହୋଇଗଲେଣି। ଆଜି ପଟିଆରୁ ସର୍ବାଧିକ ୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସ୍ଥାନୀୟ ସଂକ୍ରମିତ ୩୮ଜଣ ଥିବାବେଳେ ୫ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ‌େସହିପରି ପୁରୁଣା ଭୁବନେଶ୍ବରରୁ ୩୮ଜଣ, ଖଣ୍ଡଗିରିରୁ ୩୮ଜଣ, ଚନ୍ଦ୍ରଶେଖରପୁରରୁ ୨୮ଜଣ, ଲକ୍ଷ୍ମୀସାଗରରୁ ୨୨ଜଣ, ଟଙ୍କପାଣି ରୋଡ୍‌ରୁ ୩୨ଜଣ, ନୂଆପଲ୍ଲୀରୁ ୨୮ଜଣ, ରସୁଲଗଡ଼ରୁ ୧୬ଜଣ, ପାତ୍ରପଡ଼ାରୁ ୧୧ଜଣ, କଳ୍ପନା ଛକରୁ ୯ଜଣ, ପୋଖରୀପୁଟରୁ ୯ଜଣ, ବମିଖାଲରୁ ୧୧ଜଣ, ଝାରପଡ଼ାରୁ ୧୦ଜଣ, ବିଜେବି ନଗରରୁ ୫ଜଣ, ନୀଳାଦ୍ରିବିହାରରୁ ୯ଜଣ, ୟୁନିଟ-୩ରୁ ୧୨ଜଣ, ୟୁନିଟ-୪ରୁ ୪ଜଣ, ୟୁନିଟ-୬ରୁ ୯ଜଣ, ୟୁନିଟ-୮ରୁ ୩ଜଣ, ୟୁନିଟ-୯ରୁ ୮ଜଣ, ଆଚାର୍ଯ୍ୟବିହାରରୁ ୯ଜଣ, ଡୁମୁଡୁମାରୁ ୭ଜଣ, ଜୟଦେବ ବିହାରରୁ ୭ଜଣ, ସୁନ୍ଦରପଦାରୁ ୭ଜଣ, ସହିଦନଗରରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର