ଚନ୍ଦ୍ରଶେଖରପୁର: ଆସନ୍ତା ୨୧ ତାରିଖ ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଶିଷ୍ଟ ଧର୍ମଗୁରୁ ତଥା ନୋବେଲ୍ ପୁରସ୍କାର ପ୍ରାପ୍ତ ଶାନ୍ତି ଦୂତ ଦଲାଇ ଲାମା। ସେଦିନ ଦଲାଇ ଲାମାଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବେ। ଏଠାରେ ପହଞ୍ଚିବାପରେ ସେ କିଟ୍ ଓ କିସ୍ ଅଭିମୁଖେ ଯାତ୍ରା କରିବେ। ଏହି ଅବସରରେ ସେ ‘କିସ୍ ହ୍ୟୁମାନିଟେରିଆନ୍ ସମ୍ମାନ-୨୦୧୮’ ଗ୍ରହଣ କରିବେ। କିସ୍ର ୨୭ ହଜାର ଛାତ୍ରଛାତ୍ରୀ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭବ୍ୟ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ‘କିସ୍’ ପକ୍ଷରୁ ପ୍ରତି ବର୍ଷ ସମାଜସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶ୍ୱର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଦଲାଇ ଲାମାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଦଲାଇ ଲାମା ଜଗପତି ଜିଲ୍ଲାର ଚନ୍ଦ୍ରଗିରି ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।
୨୧ରେ ଭୁବନେଶ୍ୱର ଆସିବେ ଦଲାଇ ଲାମା
ଗ୍ରହଣ କରିବେ କିସ୍ ହ୍ୟୁମାନିଟେରିଆନ୍ ସମ୍ମାନ
/sambad/media/post_attachments/wp-content/uploads/2017/11/download-2-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)