ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କୁ ନ୍ୟାୟ ଦାବି

ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମନ୍ଵୟ ସମିତିର ଧାରଣା

ଭୁବନେଶ୍ୱର : ରାଜ୍ୟରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କୁ ତୁରନ୍ତ ନ୍ୟାୟ ଦାବି ସହ ମୃତକଙ୍କ ପରିବାରକୁ ନ୍ୟାୟ ଦେବାକୁ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମନ୍ଵୟ ସମିତି ଦାବି କରିଛି। ଏଥିନେଇ ସଂଗଠନ ପକ୍ଷରୁ ଆଜିଠାରୁ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି।

ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ସଂଗଠନ ଅଭିଯୋଗ କରିଛି। ଦୁଷ୍କର୍ମ ମାମଲାଗୁଡ଼ିକର ଫାଷ୍ଟଟ୍ରାକ୍‌ କୋର୍ଟରେ ତୁରନ୍ତ ବିଚାର କରିବାକୁ ଆବାହକ ଅଭିରାମ ମଲ୍ଲିକ ଦାବି କରିଛନ୍ତି। ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ଆମ୍ବେଦକର ଲୋହିଆ ବିଚାର ମଞ୍ଚର ସଂଗ୍ରାମ ମଲ୍ଲିକ ପ୍ରମୁଖ ଧାରଣାସ୍ଥଳରେ ଉଦ୍‌ବୋଧନ ଦେଇଥିଲେ। ସମାଜସେବୀ ଅବ୍ଦୁଲ ଓ୍ଵାଲି, ଲିଟୁ ଦାସ, ବିଭ୍ରାନ୍ତ ବିଶ୍ୱଜିତ୍‌, ଅନିଲ କୁମାର ମଲ୍ଲିକ ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର