ବାଲିପାଟଣାରେ ଦାମଙ୍କ ସାଧାରଣ ସଭା

ବାଲିପାଟଣା: ବାଲିପାଟଣା ମେଳଣ ପଡ଼ିଆରେ ଆଜି ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଓଡ଼ିଶା ସୂଚନା ଅଧିକାର ଅଭିଯାନ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଆୟୋଜିତ ଏହି ସଭାରେ ସୂଚନା ଅଧିକାର କର୍ମୀ ସନ୍ତୋଷ କୁଣ୍ତ ସଭାପତିତ୍ବ କରିଥିଲେ। ଅନ୍ୟମାନଙ୍କ ମଧୢରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ବରିଷ୍ଠ ସାମ୍ବାଦିକ ରବି ଦାସ, ବରିଷ୍ଠ ଆଇନଜୀବୀ ସୁଧୀର ମହାନ୍ତି, କୋର କମିଟି ସଭ୍ୟ ଚିତ୍ତର˚ଜନ ସେନାପତି ଓ ଅନେକ ସୂଚନା ଅଧିକାର କର୍ମୀ ଭାଗ ନେଇଥିଲେ। ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଦାମ ଲୋକଙ୍କୁ ସଚେତନ କରିଥିଲେ। ଉତ୍ତରାଠାରୁ ଏକ ବାଇକ୍‌ ଶୋଭାଯାତ୍ରାରେ ଅତିଥିମାନଙ୍କୁ ବାଲିପାଟଣା ମେଳଣ ପଡ଼ିଆ ପର୍ଯ୍ୟନ୍ତ ଅଣାଯାଇଥିଲା।

ସମ୍ବନ୍ଧିତ ଖବର