ବାଲିପାଟଣା : ରାଜଧାନୀ ଭୁବନେଶ୍ୱରଠାରୁ ମାତ୍ର ୨୫କିମି ଓ ବାଲିପାଟଣା ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୩କିମି ଦୂରରେ ପମ୍ପାଲୋ ପଞ୍ଚାୟତର ସରାଟ ଶାସନ ଗାଁ। ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ହୋଇପାରି ନାହିଁ। ବର୍ଷାଦିନେ ଗାଁର ପ୍ରାୟ ୧୦୩ ପରିବାରର ପ୍ରାୟ ୬୫୦ଲୋକେ ପଙ୍କ କାଦୁଅରେ ପଶି ଯାତାୟାତ କରନ୍ତି। ଗାଁକୁ ବାଇକ୍ଟିଏ ଆସିବା ବି କଷ୍ଟ ହୋଇପଡ଼ୁଛି। ଗାଁକୁ ସଂଯୋଗ କରୁଥିବା କେନାଲ ବନ୍ଧରାସ୍ତାର ଅବସ୍ଥା ଏଭଳି ଶୋଚନୀୟ ହୋଇ ରହିଛି। ସ୍ଥାନୀୟ ଲୋକେ ବର୍ଷବର୍ଷ ଧରି ନେତା,ମନ୍ତ୍ରୀ ଓ ଅଫିସରଙ୍କୁ ଗୁହାରି କରି ଆସୁଥିଲେ ବି ସମାସ୍ୟା ଦୂର ହେଉ ନାହିଁ। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଦେଇ ପୂର୍ବ ଦିଗରୁ ଆସିଥିବା ଆଙ୍କୁଶପୁର କେନାଲ ବନ୍ଧର ଡାହାଣ ପାର୍ଶ୍ୱ ବନ୍ଧରାସ୍ତା ହେଉଛି ଗାଁର ମୁଖ୍ୟ ରାସ୍ତା। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ପମ୍ପାଲୋ, ରାଜସ ଦୁଇଟି ପଞ୍ଚାୟତକୁ ଏହି ରାସ୍ତାଟି ଏକ ମୁଖ୍ୟ ରାସ୍ତା ଭାବେ ସଂଯୋଗ କରୁଛି। ସେହିପରି ଅଠାନ୍ତର, ପମ୍ପଲୋ ପଞ୍ଚାୟତକୁ ରାସ୍ତାଟି ମଧ୍ୟ ସଂଯୋଗ କରୁଛି। କେବଳ କେତୋଟି ପଞ୍ଚାୟତ ନୁହେଁ ଏହି କେନାଲ ବନ୍ଧ ରାସ୍ତାଟି ବାଲିପାଟଣା ଓ ବାଲିଅନ୍ତା ବ୍ଲକକୁ ମଧ୍ୟ ସଂଯୋଗ କରୁଛି। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ସମେତ ଧାନହରା,ବନମାଳିପୁର ହାଟ ଅଠାନ୍ତର ବଜାରକୁ ଯିବା ଆସିବା ପାଇଁ ହଜାରହଜାର ଲୋକେ ରାସ୍ତାଟିକୁ ମୁଖ୍ୟ ରାସ୍ତା ଭାବେ ବ୍ୟବହାର କରନ୍ତି। କିନ୍ତୁ ବର୍ଷା ଆସିଲା ମାତ୍ରକେ ଏଠାକାର ଲୋକଙ୍କ ନିଦ ହଜିଯାଏ। ଲଗାଣ ବର୍ଷାରେ ଏବେ ରସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିବା ଫଳରେ ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ପକ୍କା ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
ରାଜଧାନୀ ନାକ ତଳେ ଏଭଳି ଚିତ୍ର : ବର୍ଷା ଆସିଲେ ଘାରୁଛି ଚିନ୍ତା
/sambad/media/post_attachments/wp-content/uploads/2018/06/balipatana-4.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)