ବାର୍‌ରେ ନାହିଁ କରୋନା କଟକଣା, ଶହଶହ ଲୋକଙ୍କର ସମାଗମ ହେଉଥିବାରୁ ମହାମାରୀ ବ୍ୟାପିବା ଆଶଙ୍କା

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସପିଂ ମଲ୍‌ ସହ ସ୍କୁଲ କଲେଜ୍‌, ପାର୍କ ପ୍ରଭୃତି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥିତିରେ ଡାନ୍ସ ବାର୍‌ ଓ ପବ୍‌ ଖୋଲା ରହିଛି। କେବଳ ମ୍ୟୁଜିକ୍‌ ଲାଇସେନ୍ସ ବାତିଲ କରାଯାଇଛି। ମ୍ୟୁଜିକ୍‌ ବଜାଇ ପାରିବେ ନାହିଁ, କିନ୍ତୁ ଖାଦ୍ୟ ପାନୀୟ ଗ୍ରହଣ କରିହେବ। ଏଥିପାଇଁ କୌଣସି କଟକଣା କରାଯାଇ ନାହିଁ। ଫଳରେ ଏହି ବାର୍‌ଗୁଡ଼ିକ ଦ୍ବାରା ମହାମାରୀ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଏହି ବାର୍‌ଗୁଡ଼ିକ‌ରେ ଶହଶହ ଲୋକଙ୍କର ସମାଗମ ହୋଇଥାଏ। ଏଠାରେ ନାଚିବା ପାଇଁ ରାଜ୍ୟ ବାହାରୁ ଯୁବତୀ ଆସୁଥିବା ବେଳେ ଏଠାରେ ଖାଇବା ଓ ମଦ୍ୟପାନ କରିବା ପାଇଁ ଗ୍ରାହକ ମଧ୍ୟ ବିଭିନ୍ନ ଜାଗାରୁ ଆସି ଏକାଠି ହୋଇଥାନ୍ତି। ଏମାନଙ୍କ ଉପରେ କଟକଣା ନ ଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର