ଶତାକ୍ଷୀରେ ନୃତ୍ୟ ପ୍ରତିଯୋଗିତା

ଭୁବନେଶ୍ବର: କଳିଙ୍ଗ ନଗର କେ-୪ ସ୍ଥିତ ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଖପାଖ ଅଞ୍ଚଳର ସ୍କୁଲ୍‌ର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ପ୍ରବନ୍ଧ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୃତ୍ୟ ପ୍ରତିଯୋଗିତାରେ ରାଜା ସାର ଓ ବାବୁ ସାର୍‌ ବଚାରକ ଭାବେ ଯୋଗ ଦେଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ସଂଗଠନର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଗଠନର ଉପ-ସଭାପତି ଉର୍ମିଳା ରାଉତ ଓ ସଂପାଦିକା ମମତା ବିଶ୍ବାଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର