ଭୁବନେଶ୍ବର: ଗାନ୍ଧର୍ବ କଳା ପରିଷଦ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଗାନ୍ଧର୍ବ କଳା ମହୋତ୍ସବର ଆଜି ଥିଲା ଉଦ୍ଯାପନୀ ସନ୍ଧ୍ୟା। ଏହି ଅବସରରେ କଥକ ନୃତ୍ୟଶିଳ୍ପୀ ଅସୀମବନ୍ଧୁ ଭଟ୍ଟାଚାର୍ଯ୍ୟଙ୍କୁ ଦିବାକର ମିଶ୍ର ଗାନ୍ଧର୍ବ କଳାଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅସୀମବନ୍ଧୁଙ୍କ କଥକ ନୃତ୍ୟରେ ବର୍ଷାର ବର୍ଣ୍ଣନା ବେଶ୍ ଉପଭୋଗ୍ୟ ହୋଇଥିଲା। ଆକାଶରେ ମେଘ ମାଳା ଖେଳୁଥିବା ବେଳେ ପ୍ରେକ୍ଷାଳୟରେ କଥକ ନୃତ୍ୟରେ ବର୍ଷାର ଅନୁଭବ ଦେଇଥିଲେ ଶିଳ୍ପୀ। ଏଥିସହ ରାମଚରିତ ମାନସର ରାମକଥାକୁ ସେ ନୃତ୍ୟାଭିନୟରେ ପରଷି ଦେଇଥିଲେ। ପରିଷଦର ଶିଳ୍ପୀମାନେ ପାରମ୍ପରିକ ସଂଗୀତ ‘ସତ୍ୟବାଦୀ ଗୋବିନ୍ଦ...ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଗାୟତ୍ରୀ ମିଶ୍ର, ଶ୍ରୀତତ୍ତ୍ବା ମିଶ୍ର, ସ୍ବାତୀ ସ୍ବରୂପା ପରିଡ଼ା ଓ ଶକ୍ତି ସମ୍ପନ୍ନା ପରିଡ଼ା ଓଡ଼ିଶୀ ଓ କଥକ ନୃତ୍ୟ ଭେଟି ଦେଇଥିଲେ। ଶେଷରେ ପରିଷଦର ଶିଳ୍ପୀମାନଙ୍କ ସମ୍ବଲପୁରୀ ନୃତ୍ୟରେ ଦର୍ଶକ ବିଭୋର୍ ହୋଇଥିଲେ। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ଡ. ଶ୍ୟାମାମଣି ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଶଙ୍କର୍ଷଣ ପରିଡ଼ା ଏବଂ ସାଧାରଣ ସମ୍ପାଦିକା ଡ. ଗାୟତ୍ରୀ ମିଶ୍ର ପ୍ରାରମ୍ଭିକ ସଭାରେ ଉପସ୍ଥିତ ଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିକାଶ ଚନ୍ଦ୍ର ପଣ୍ଡା ଓ ସଂଜୟ ଭଟ୍ଟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ନୃତ୍ୟରେ ବର୍ଷାର ଅନୁଭବ, ଅସୀମବନ୍ଧୁ ଭଟ୍ଟାଚାର୍ଯ୍ୟଙ୍କୁ ଗାନ୍ଧର୍ବ କଳାଶ୍ରୀ ସମ୍ମାନ
/sambad/media/post_attachments/wp-content/uploads/2019/06/Untitled-24-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)