ନୃତ୍ୟରେ ପଞ୍ଚଦେବ ସ୍ତୁତି

ଭୁବନେଶ୍ବର: ଶ୍ରୀମୟୀ ନୃତ୍ୟାନୁଷ୍ଠାନର ବାର୍ଷିକ ଉତ୍ସବ ଭଂଜ କଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୃତ୍ୟ କାର୍ଯ୍ୟକ୍ରମ ସହ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅନୁଷ୍ଠାନର ଶିଳ୍ପୀମାନେ ଶ୍ରୀହରି ଚରିତମ୍‌ ସହ ‘ରାଧାରାଣୀ ସଙ୍ଗେ ନାଚେ, ମାନ ଉଦ୍ଧାରଣ, ପଞ୍ଚଦେବ ସ୍ତୁତି ସହ ମାତୃବନ୍ଦନା ନୃତ୍ୟରେ ପରସି ଦେଇଥିଲେ। କଥକ ନୃତ୍ୟଶିଳ୍ପୀ ସସ୍ମିତା ସାମନ୍ତ ଓ ସାଥୀଙ୍କ ଦ୍ବାରା ରାଧାକୃଷ୍ଣ ଲୀଳା ପରିବେଷିତ ହୋଇଥିଲା ଏହି ଅବସରରେ ସାହିତ୍ୟିକ ଅଜୟ ସ୍ବାଇଁ, ଓଡ଼ିଶୀ ନୃତ୍ୟ ପାଇଁ ପ୍ରକାନ୍ତ ମହାରଣା, ସଂଗୀତ ପାଇଁ ତୃପ୍ତିମୟୀ ପଟ୍ଟନାୟକ, ବାଦ୍ୟ ପାଇଁ ଆଲୋକ କୁମାର ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ପ୍ରଶାସିକା ବନାନୀ ମହାନ୍ତି, ସୂଚନା ଓ ଲୋକସମ୍ପର୍କ ଉପନିର୍ଦେଶକ ବରଦା ଦାସ, ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ବିଜୟ ଜେନା, ସୁଧାକର ସାହୁ, ଓଡ଼ିଶୀ ନୃତ୍ୟଶିଳ୍ପୀ ଗାୟତ୍ରୀ ଚାନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ନିର୍ଦେଶିକା ଇତିଶ୍ରୀ ମହାନ୍ତି ଓ ଅନ୍ୟ କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର