ଭୁବନେଶ୍ବର: ରାଧାକୃଷ୍ଣଙ୍କ ମଧ୍ୟରେ ନିଃସର୍ତ ପ୍ରେମଠୁ ନେଇ ଦଶାବତାର। ରାଧାଙ୍କ ଲାଜଠୁ ନେଇ କୃଷ୍ଣଙ୍କ ଛନ୍ଦ। କମନୀୟ ଅଙ୍ଗଭଙ୍ଗୀ ସାଙ୍ଗକୁ ତାଳ ଓ ମୁଦ୍ରାରେ ଏ ସବୁକୁ ପରଷି ଦେଇଥିଲେ ‘ମୋକ୍ଷ’ର ଶିଳ୍ପୀମାନେ। ମୋକ୍ଷ ଅନୁଷ୍ଠାନ ପକ୍ଷରୁ ଭଂଜ କଳାମଣ୍ଡପରେ ଆୟୋଜିତ ଓଡ଼ିଶୀ ନୃତ୍ୟ ସଂରଚନା କାର୍ଯ୍ୟକ୍ରମ ‘ଅଭିଳାଷ’ରେ ଏସବୁକୁ ଭେଟି ଦେଇଥିଲେ ଶିଳ୍ପୀବୃନ୍ଦ। ସୁଜାତା ମିଶ୍ର, ମନୋଜ କୁମାର ବେହେରା, ମମତା ସାମଲ ଓ ସ୍ନେହାଙ୍କ ନୃତ୍ୟ ସଂଯୋଜନାରେ ୪୦ରୁ ଅଧିକ ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଶଗଡ଼ ଗାଡ଼ି..ଭଳି ଗୀତରେ ଲୋକନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା। ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କ୍ର ଛତିଶଗଡ଼ ଓଡ଼ିଶା ଆଞ୍ଚଳିକ ମୁଖ୍ୟ ପ୍ରଦୋଷ ରଂଜନ ରାଉତ, ଆଡାପ୍ରୋ କନ୍ସଲ୍ଟିଙ୍ଗ୍ର ମୁଖ୍ୟ ବୈଷୟିକ ଅଧିକାରୀ ପି.କେ ମିଶ୍ର, ପ୍ରାକ୍ତନ ପ୍ରଶାସକ ରୋଟାରିଆନ୍ ରବି ନାରାୟଣ ନନ୍ଦ, ଏସ୍ସିବି ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ର ସହଯୋଗୀ ପ୍ରଫେସର୍ ତରୁଣ କୁମାର ପଣ୍ଡା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଶୋକ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ମୋକ୍ଷର ଅଧ୍ୟକ୍ଷା ସୁଜାତା ମିଶ୍ର ଉପସ୍ଥିତ ଥିଲେ। ସଂଯୁକ୍ତା ମିଶ୍ର ଓ ଚିନ୍ମୟୀ ରାଉତରାୟ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
ନୃତ୍ୟ କାର୍ଯ୍ୟକ୍ରମ ‘ଅଭିଳାଷ’ ରାଧାଙ୍କ ଲାଜ, କୃଷ୍ଣଙ୍କ ଛନ୍ଦ
/sambad/media/post_attachments/wp-content/uploads/2019/03/Untitled-11-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)