ଭୁବନେଶ୍ବର: ନାଟ୍ୟାନୁଷ୍ଠାନ ‘ପଞ୍ଚମ ବେଦ’ ପକ୍ଷରୁ ନାଟ୍ୟ କର୍ମଶାଳା ‘ରଙ୍ଗପଞ୍ଚମ’ ଆଜି ଉଦ୍ଘାଟିତ ହୋଇଛି। ନାଟ୍ୟାନୁଷ୍ଠାନର ଅଭ୍ୟାସ ଗୃହରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବିଜୟ କୁମାର ମହାନ୍ତି, ନାଟ୍ୟ ନିର୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ, ପ୍ରସନ୍ନ କୁମାର ମିଶ୍ର, ଅଭିନ୍ନ ରାଉତରାୟ, ପବିତ୍ର ମହାନ୍ତି, ସୀମନ୍ତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। କର୍ମଶାଳାର ମୁଖ୍ୟ ନିର୍ଦେଶକ ତଥା ଚଳଚ୍ଚିତ୍ର ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ ଉପସ୍ଥିତ ରହି କର୍ମଶାଳା ସମ୍ପର୍କରେ ମତ ରଖିଥିଲେ। ପଞ୍ଚମ ବେଦର କାର୍ଯ୍ୟକାରୀ ସଭାପତି ହରେନ୍ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ପାଦକ ପ୍ରକାଶ ମହାରଣା ଓ ସହ ସମ୍ପାଦକ ସୁରେନ୍ଦ୍ରନାଥ ଗୌଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଯୋଜନା ଭିତ୍ତିକ ଏହି ନାଟ୍ୟ କର୍ମଶାଳା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ନାଟ୍ୟ କର୍ମଶାଳାରେ ଭାଗନେଇଥିବା ଶିକ୍ଷାର୍ଥୀଙ୍କ ଦ୍ବାରା ଶେଷ ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପଠାରେ ପୂର୍ଣ୍ଣାଙ୍ଗ ନାଟକ ପରିବେଷଣ ହେବ। ଓଡ଼ିଶାର ପ୍ରତିଷ୍ଠିତ ନାଟ୍ୟ ବ୍ୟକ୍ତିତ୍ବ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ଦିନ ଥିଏଟର ସମ୍ପର୍କରେ ଜ୍ଞାନ ପ୍ରଦାନ କରିବେ।
ନାଟ୍ୟ କର୍ମଶାଳା ‘ରଙ୍ଗପଞ୍ଚମ’ ଆରମ୍ଭ
/sambad/media/post_attachments/wp-content/uploads/2018/12/Untitled-10-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)