ଜଟଣୀ: ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ନିକଟ ପଡ଼ିଆରେ କର୍ମମନ୍ଦିର ପକ୍ଷରୁ ଦଶହରା ଅବସରରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାଜପା ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ରଘୁବୀର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହିତ ଚଳିତବର୍ଷ ଜଟଣୀ ଗଣେଶପୂଜାରେ ଆକର୍ଷଣୀୟ ସାଜସଜ୍ଜା ପାଇଁ କେତେକ ପୂଜାମଣ୍ଡପ କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ଅରବିନ୍ଦ ନାୟକ କାର୍ଯ୍ୟକ୍ରମ ସ˚ଯୋଜନା କରିଥିଲେ। ସେହିପରି ସ୍ଥାନୀୟ ଟାଉନ୍ହଲ୍ ପରିସରରେ ଡାଇନାମିକ୍ ଗ୍ରୁପ୍ ପକ୍ଷରୁ ଦାଣ୍ତିଆ ନୃତ୍ୟ ପରିବେଷିତ ହୋଇଥିଲା। ଦୁଇଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ପୁରୁଷ ଓ ମହିଳା ଚିତ୍ତାକର୍ଷକ ଦାଣ୍ତିଆ ନୃତ୍ୟ କରିଥିଲେ । ଭାଜପା ଯୁବନେତା ବିଶ୍ବରଞ୍ଜନ ବଡ଼ଜେନା, ପୂର୍ବତନ ପୌରାଧୢକ୍ଷ ସ˚ଗ୍ରାମ କେଶରୀ ରାଉତରାୟ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ଛୋଟରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଆୟୋଜକ ଅନୁଷ୍ଠାନର ସ˚ଯୋଗ ସୁନ୍ଦରାୟ, ଶିବପ୍ରସାଦ ଗୁରୁ, ଦିବ୍ୟପ୍ରକାଶ, ମାନବ ବଳିଆରସିଂ ଏବଂ ପ୍ରଭାତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
ଜଟଣୀରେ ଦାଣ୍ଡିଆ ନାଚ
/sambad/media/post_attachments/wp-content/uploads/2018/10/Jatani-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)