ରାସ୍ତା ମଝିରେ ବିପଦ!

ଭୁବନେଶ୍ବର: ରାସ୍ତା ମଝିରେ ବିପଦ। ଟିକେ ଅସାବଧାନତା ଘଟାଇପାରେ ଦୁର୍ଘଟଣା। ‌ତେବେ ଲୋକମାନଙ୍କୁ ଏପରି ଦୁର୍ଘଟଣାରୁ ରକ୍ଷା କରିବା ପାଇଁ କିଛି ସଚେତନ ବ୍ୟକ୍ତି ଉକ୍ତ ସ୍ଥାନରେ କଣ୍ଟା ଝଟା ପୋତି ଦେଇଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଛକରୁ ପାଣ୍ଡରା ଛକ ନୂଆ ପୁରୀ ବାଇପାସ୍‌କୁ ସଂଯୋଗ କରୁଥିବା ରାସ୍ତାରେ। ଜଗନ୍ନାଥ ନଗର ଦେଇ ଯାଇଥିବା ଏହି ରାସ୍ତାର ପ୍ରିୟା ବଜାର ନିକଟରେ ଠିକ୍‌ ମଝିରେ ଗଳି ପଡ଼ଥିବା ମ୍ୟାନ୍‌ହୋଲ୍‌ ଢାଙ୍କୁଣୀ ପାଇଁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଜଗନ୍ନାଥନଗର ରାସ୍ତା ଦେଇ ପୁରୀ ଓ କଟକକୁ ପ୍ରତିଦିନ ହଜାର ହଜାର ଯାନବାହାନ ଚଳାଚଳ କରିଥାଏ। ଏଥିସହିତ ଏହି ଏହି ରାସ୍ତାର ରୋଡ୍‌ ନମ୍ବର ୧୩ ନିକଟରେ ଦୁଇଟି ବ୍ୟାଙ୍କ, ରାସ୍ତାର ଉଭୟ ପାର୍ଶ୍ବରେ ୫ଟି ଘରୋଇ ସ୍କୁଲ୍ ରହିଛି। ଏତଦ୍‌ବ୍ୟତୀତ ଏହି ରାସ୍ତା ଦେଇ ଅନେକ ଲୋକ ହାଇଟେକ୍‌ ମେଡିକାଲ୍‌ କଲେଜକୁ ମଧ୍ୟ ଯାତାୟାତ କରିଥାନ୍ତି। ମାତ୍ର ରାସ୍ତାର ଏପରି ବିପର୍ଯ୍ୟସ୍ତ ଅବସ୍ଥା ନେଇ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଇଛି। କେବଳ ମ୍ୟାନ୍‌ ହୋଲ୍‌ ନୁ‌େହଁ ଏହି ରାସ୍ତାର କିଛି ସ୍ଥାନରେ ବଡ଼ବଡ଼ ଖାଲ ସୃଷ୍ଟି ‌େହାଇଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦଶହରା ପୂଜା ପୂର୍ବରୁ ଏହିି ରାସ୍ତାକୁ ମରାମତି କରିବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର