ଖଣ୍ଡଗିରି: ଜିଏ କଲୋନିରେ ୧୨ଦିନରୁ ଅଧିକ ସମୟ ହେଲା ଟ୍ରାନ୍ସଫର୍ମର ବେସ୍‌ ଭାଙ୍ଗି ଦିଆଯାଇଥିଲା। ଏହାକୁ ମରାମତି କରିବା ବଦଳରେ ଗୋଟିଏ ଗଛରେ ବାନ୍ଧି ଦିଆଯାଇଥିଲା। ସ୍ଥିତି ଏଭଳି ଥିଲା ଯେ କେତେବେଳେ ଏହା ତଳକୁ ଖସି ପଡ଼ି ବଡ଼ଧରଣର ଅଘଟଣ ହେବା ନେଇ ଆଶଙ୍କା ଥିଲା।

Advertisment

‘ସମ୍ବାଦ’ରେ ଏହା ପ୍ରକାଶିତ ହେବା ପରେ ବିଜୁଳି ବିଭାଗ ସଜାଗ ହୋଇଛି। ତତ୍‌କ୍ଷଣାତ୍ ପୁରୁଣା ଟ୍ରାନ୍ସଫର୍ମର ହଟାଯାଇ ମୋବାଇଲ ଭ୍ୟାନ୍‌ ଟ୍ରାନ୍ସଫର୍ମରକୁ ସ୍ବତନ୍ତ୍ର ଭାବରେ ଅଣାଯାଇଛି। ୨ ରୁ ୩ ଦିନ ମଧ୍ୟରେ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରାଯିବ। ଭରତପୁର ସେକ୍ସନ ଯନ୍ତ୍ରୀଙ୍କ ନେତୃତ୍ବରେ ଦିନତମାମ ଏହି କାର୍ଯ୍ୟ କରାଯାଇଛି।