ହାତୀପଲରେ ଦନ୍ତା ରାମୁ

ମେଣ୍ଢାଶାଳ: ଭରତପୁର ସଂରକ୍ଷିତ ଜଙ୍ଗଲକୁ ଫେରି ଆସିଥିବା ଦନ୍ତା ହାତୀ ରାମୁ ଏବେ ମସ୍ତ ଅଛି। ଜଙ୍ଗଲରେ ଥିବା ୧୪ଟିକିଆ ହାତୀ ପଲ ସହିତ ମିଶି ରହିଛି। ଉକ୍ତ ହାତୀ ଦଳରେ ପ୍ରାୟ ୭ଟି ପ୍ରାପ୍ତବୟସ୍କା ମାଈ ହାତୀ ଥିବାରୁ ରାମୁ ଆଉ ଦଳ ଛାଡ଼ି ବାହାରକୁ ଆସୁନାହିଁ। ତେଣୁ ଗତ କିଛି ଦିନ ହେଲା ରାଜଧାନୀ ଉପକଣ୍ଠରେ ରାମୁର ଆତଙ୍କ କମି ଯାଇଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ପ୍ରାୟ ୬ ମାସ ପରେ ରାମୁ ଭରତପୁର ଜଙ୍ଗଲକୁ ଫେରିଛି। ବନ ବିଭାଗର ସୂଚନାନୁସାରେ ରାମୁର ଜନ୍ମସ୍ଥାନ ହେଉଛି ଭରତପୁର ଜଙ୍ଗଲ। ତେଣୁ ସ୍ବାଭାବିକଭାବେ ସେ ଏହି ଜଙ୍ଗଲରେ ହିଁ ରହିଥାଏ। ତେବେ ମଝିରେ ମଝିରେ ଧାନ ଅମଳ ସମୟ ଆସିଲେ, ସେ ଏହି ଜଙ୍ଗଲ ଛାଡ଼ି ବାହାରକୁ ଯାଏ ଓ ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ପୁଣି ଫେରିଆସେ। ଫରେଷ୍ଟର ସମୀର କୁମାର ବେହେରାଙ୍କ କହିବା ଅନୁସାରେ ଦନ୍ତା ହାତୀ ରାମୁ ଏବେ ମସ୍ତ ଅବସ୍ଥାରେ ରହିଛି। ହାତୀ ଦଳଙ୍କ ଭିତରେ ରହିଛି। ତେଣୁ ଏବେ ସେ ଆଉ ଜଙ୍ଗଲ ବାହାରକୁ ଆସିବା ସମ୍ଭାବନା କମ୍। ତଥାପି ଏବେ ହିଂସ୍ର ଅବସ୍ଥାରେ ଥିବାରୁ ତା’ ଉପରେ ନଜର ରଖାଯାଇଛି ବୋଲି ଡିଏଫ୍ଓ ରମାକାନ୍ତ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର