ଦର୍ଶିନୀ ନ୍ୟୁଟ୍ରିମେଣ୍ଟସ୍‌କୁ ୫୫ ହଜାର ଜରିମାନା

ଆବର୍ଜନା ବାହାରେ ଫିଙ୍ଗିବା ମହଙ୍ଗା ପଡ଼ିଲା

ଭୁବନେଶ୍ବର: ଆବର୍ଜନା ବାହାରେ ଫିଙ୍ଗିବା ଏକ ଫ୍ୟାକ୍ଟ୍ରିକୁ ମହଙ୍ଗା ପଡ଼ିଛି। ପଟିଆରେ ଥିବା ଗରମ ମସଲା ଉତ୍ପାଦନକାରୀ ସଂସ୍ଥା ଦର୍ଶିନୀ ନ୍ୟୁଟ୍ରିମେଣ୍ଟସ୍‌ ଏଲ୍‌ଏଲ୍‌ପିକୁ ୫୫ ହଜାର ଟଙ୍କା ଜରିମାନା କରିଛି ବିଏମ୍‌ସି। ଏହି ଉଲ୍ଲଂଘନ ପୁନରାବୃତ୍ତି ହେଲେ ସଂସ୍ଥାକୁ ସିଲ୍‌ କରିଦିଆଯିବ ବୋଲି ସୂଚନା ମିଳିଛି।

ଶିଖରଚଣ୍ଡୀ ରାସ୍ତା କଡ଼ରେ ଏହି ଆବର୍ଜନା ଗଦା ହୋଇଥିଲା। ସଫେଇ କର୍ମଚାରୀ ବିଏମ୍‌ସିକୁ ଖବର ଦେବା ପ‌ରେ ସିସିଟିଭି ଯାଞ୍ଚ କରାଯାଇ ଟ୍ରାକ୍ଟରକୁ ଧରାଯାଇଥିଲା। ଟ୍ରାକ୍ଟର ଧରାପଡ଼ିବା ପରେ ସଂସ୍ଥା ନାଁ କହିଥିଲା। ଦୀର୍ଘ ତିନିଦିନର ମାନସମନ୍ଥନ ପରେ ସଂସ୍ଥାକୁ ନୋଟିସ୍‌ ହୋଇଥିଲା। ଏଭଳି ଲୁଚି ଲୁଚି ଆବର୍ଜନା ଜମା କଲେ ବିଏମ୍‌ସି ଧରିବ ଓ ଜରିମାନା କରିବ। ଏଣୁ ଆବର୍ଜନା ଉଠାଇ ନେବାପାଇଁ ସଫା ଆପ୍‌ ଜରିଆରେ ଆବେଦନ କରିବାକୁ ବିଏମ୍‌ସି ପରାମର୍ଶ ଦେଇଛି। ପୂର୍ବରୁ ଦୁଇଟି ମଲ୍‌ ଓ ଏକ ହସ୍‌ପିଟାଲ୍‌କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି।

ସମ୍ବନ୍ଧିତ ଖବର