ଚନ୍ଦ୍ରଶେଖପୁର ଡିଏଭି ପରୀକ୍ଷା କେନ୍ଦ୍ର : ଗୌରବ, ଶୁଚିସ୍ମିତା, ପ୍ରିୟଙ୍କା ପ୍ରଥମ

ବିଜେଇଏମ୍‌ ସ୍କୁଲ

‘ଚନ୍ଦ୍ରଶେଖପୁର ଡିଏଭି’ ପରୀକ୍ଷା କେନ୍ଦ୍ରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଫ୍ୟୁଚର ଭୁବନେଶ୍ବର ସ୍କୁଲର ଛାତ୍ର ଗୌରବ ମହାନ୍ତି ପ୍ରଥମ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଆରାଲିନା ‌ବେହେରା ଓ ଡିଏଭି ଚନ୍ଦ୍ରଶେଖରପୁର ସ୍କୁଲର ଛାତ୍ରୀ ପ୍ରାଚୀପ୍ରଭା ରାଉତ ତୃତୀୟ ସ୍ଥାନ ହାସଲ କରିଛନ୍ତି। ହସ୍ତାକ୍ଷରରେ ଓଡ଼ିଏମ୍‌ ପବ୍ଲିକ ସ୍କୁଲର ଶୁଚିସ୍ମିତା ଭୂୟାଁ ପ୍ରଥମ, ଆଦର୍ଶ ବିଦ୍ୟାମନ୍ଦିରର ବିନା‌ୟକ ପ୍ରଧାନ ଦ୍ବିତୀୟ ଓ ଓଡିଏମ୍‌ ପବ୍ଲିକ ସ୍କୁଲର ଜିତେନ୍ଦ୍ର କୁମାର ଗୌଡା ତୃତୀୟ ହୋଇଛନ୍ତି। ପ୍ରବନ୍ଧ-ଭାଷାଜ୍ଞାନରେ ନୀଳାଦ୍ରିବିହାର ସରସ୍ବତୀ ବିଦ୍ୟାମନ୍ଦିରର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ପ୍ରଥମ, ଓଡିଏମ୍‌ ପବ୍ଲିକ ସ୍କୁଲର ଅମ୍ରିତେଶ ଖଟୁଆ ଦ୍ବିତୀୟ ଓ ନିଳାଦ୍ରୀବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଜ୍ୟୋତିର୍ମୟୀ ପଟ୍ଟନାୟକ ତୃତୀୟ ସ୍ଥାନ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଚିତ୍ରାଙ୍କନ ଓ ହସ୍ତାକ୍ଷରରେ ହୃଦାନନ୍ଦ ପଟ୍ଟନାୟକ, ଜୟଶ୍ରୀ ଜେନା, ପ୍ରବନ୍ଧ ଓ ଭାଷାଜ୍ଞାନରେ ଶରତ କୁମାର ନାୟକ ଏବ˚ ପ୍ରକାଶ ମଙ୍ଗରାଜ ବିଚାରକ ରହିଥିଲେ। ‘ଚନ୍ଦ୍ରଖେଖପୁର ଡିଏଭି’ର ଡ. ଦେବେନ୍ଦ୍ର କୁମାର ପତି ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।

ବିଜେଇଏମ୍‌ ସ୍କୁଲ

ବିଜେଇଏମ୍‌ ସ୍କୁଲ ପରୀକ୍ଷା କେନ୍ଦ୍ରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜେଇଏମ୍‍ ସ୍କୁଲର ଛାତ୍ର ନିତ୍ୟାଂଶୁ ଦ୍ବିବେଦୀ ପ୍ରଥମ, ଛାତ୍ରୀ ଶ୍ରୀଜିତା ସେନ୍‌ ଦ୍ୱିତୀୟ ଓ ଛାତ୍ରୀ ଅଫିଫା ତସ୍‌ନିମ୍‌ ତୃତୀୟ ହୋଇଥିଲେ। ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ବଡ଼ଗଡ଼ ବ୍ରିଟ୍‍ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ପ୍ରାପ୍ତି ମହାରଣା ପ୍ରଥମ, ଷଷ୍ଠଶ୍ରେଣୀ ଛାତ୍ରୀ ଚାନ୍ଦିନୀ ନାୟକ ଦ୍ୱିତୀୟ ଓ ବଡଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ତନ୍ମୟ କୁମାର ସ୍ବାଇଁ ତୃତୀୟ ହୋଇଥିଲେ। ଭାଷାଜ୍ଞାନ-ପ୍ରବନ୍ଧରେ ୟୁନିଟ୍‌-୧ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସନ୍ତୋଷିନୀ ପ୍ରଧା‌ନ ପ୍ରଥମ, ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବୈଶାଖୀ ଜେନା ଦ୍ୱିତୀୟ ଓ ବଡଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁବ୍ରତ ମୁଦୁଲି ତୃତୀୟ ହୋଇଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଡ. ହରେକୃଷ୍ଣ ପାତ୍ର, ପ୍ରକାଶ ଦାସ, ଅନିଲ କୁମାର ମହାନ୍ତି, ଦିବ୍ୟସିଂହ ସ୍ବାଇଁ, ବିଜେଇଏମ୍‍ ସ୍କୁଲ ଅଧ୍ୟକ୍ଷା ସନ୍ଧ୍ୟା ଜେନା ଓ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ‘ସମ୍ବାଦ’ ପକ୍ଷରୁ କ୍ଷୀତିଶ ମହାନ୍ତି ଓ ସରୋଜକାନ୍ତ ମହାନ୍ତି ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର