ଡିଏଭି, କଳିଙ୍ଗ ନଗରରେ ଅଟଳ ଟିଙ୍କରିଂ ପ୍ରୟୋଗଶାଳାର ବାର୍ଷିକ ଉତ୍ସବ

ଭୁବନେଶ୍ବର : କଳିଙ୍ଗ ନଗରସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲ୍‌ରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଧୀନସ୍ଥ ନୀତି ଆୟୋଗ ଦ୍ବାରା ପରିଚାଳିତ ଅଟଳ ଟିଙ୍କରିଂ ପ୍ରୟୋଗଶାଳାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ଗବେଷଣା ଓ ଉନ୍ନୟନ ବିଭାଗର ଡିନ୍ ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣାଲବ୍ଧ ଜ୍ଞାନର ଉପଯୋଗ ଓ ବିକାଶ ଦିଗରେ ଏହି ପ୍ରୟୋଗଶାଳା ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ। ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରୟୋଗାତ୍ମକ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଏହି ପ୍ରୟୋଗଶାଳାରୁ ପ୍ରଶିକ୍ଷିତ ହୋଇ ରାଜ୍ୟ ଓ ଜାତୀୟ ସ୍ତରରେ ଆୟୋଜିତ ପ୍ରକଳ୍ପ ପ୍ରଦର୍ଶନୀରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସ୍କୁଲ୍‌ର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର