ପୋଖରୀପୁଟ ଡିଏଭିରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

କଟକ: ପୋଖରୀପୁଟ ଡିଏଭି ସ୍କୁଲରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡକ୍ଟର ସୁଜାତା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିବା ଓଡ଼ିଶା ଭାଷାର ଅସ୍ମିତାକୁ ସୁଦୃଢ଼ କରିବାକୁ ଶିକ୍ଷକ ଓ ଛାତ୍ରସମାଜକୁ ପରାମର୍ଶ ଦେଇଥିଲେ। ଉତ୍ସବରେ ‘ଓଡ଼ିଆ ଭାଷା ସାହିତ୍ୟର ମୂଳତତ୍ତ୍ୱ ଓ ବିକଶିତ ଦିଗ’ ଶୀର୍ଷକ ବିଷୟବସ୍ତୁ ଉପରେ ଅଷ୍ଟମ ଶ୍ରେଣୀର ସମଜ୍ଞା ଦାସ ଓ ଆକାଂକ୍ଷା ସାମଲ ପ୍ରବନ୍ଧ ପାଠ କରିଥିଲେ। ଓଡ଼ିଶା ଭାଷାର ବହୁଳ ବ୍ୟବହାର ପାଇଁ ସମୂହ ଶପଥ ପାଠ କରାଯାଇଥିଲା। ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ, କେଶବ ଚନ୍ଦ୍ର ପ୍ରଧାନ, କ୍ଷଣପ୍ରଭା ନନ୍ଦ, ସୁଜାତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିିଥିଲେ।

ସମ୍ବନ୍ଧିତ ଖବର