ଭୁବନେଶ୍ବର: ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ ‘ଜସନ୍’ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଶାସିକା ରୂପା ମିଶ୍ର ଯୋଗ ଦେଇ କହିଲେ, ଶିକ୍ଷାର୍ଥୀମାନେ ଯନ୍ତ୍ରକୁ ଅନୁଧାବନ ନ କରି ସୃଜନଶୀଳତା ଓ ମାନବିକ ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେବା ଉଚିତ। ଜ୍ଞାନ, ଦକ୍ଷତା, ମୂଲ୍ୟବୋଧ ତଥା ଶାରୀରିକ ବିକାଶ ଉପରେ ଧ୍ୟାନ ଦେଲେ ଦେଶର ପ୍ରଗତି େହାଇପାରିବ ବୋଲି ସେ କହିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ଅଧ୍ୟକ୍ଷା ଡକ୍ଟର୍ ସୁଜାତା ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଗତକାଲିର ଉଦ୍ଘାଟନୀ ଉତ୍ସବରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଜୟ କୁମାର ନାୟକ ଯୋଗ ଦେଇ ଦେଶରେ ଅପରାଧ କମିବା ପାଇଁ ତୃଣମୂଳସ୍ତରରୁ ଆଇନ୍ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଇପିଏସ୍ ଅଧିକାରୀ ସତ୍ୟଜିତ ନାୟକ ଯୋଗ ଦେଇଥିଲେ। ଡିଏଭି ବିଦ୍ୟାଳୟ ସମୂହ-୧ର ଆଞ୍ଚଳିକ ଅଧିକାରୀ କେ ସି ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ। ଡିଏଭି ସିଡିଏ ପରିଚାଳନା ସମିତିର ଚେୟାରମ୍ୟାନ୍ ଜେନେରାଲ୍ ବି କେ ମହାପାତ୍ର, ଡିଏଭି ୟୁନିଟ୍-୮ ଅଧ୍ୟକ୍ଷା ଇପ୍ସିତା ଦାସ, ଡିଏଭି କଳିଙ୍ଗ ନଗରର ଅଧ୍ୟକ୍ଷ ବିପିନ କୁମାର ସାହୁ ତଥା ଡିଏଭି ବିଦ୍ୟାଳୟ ସମୂହ-୧ର ଅଧ୍ୟକ୍ଷ, ଅଧ୍ୟକ୍ଷା, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ ‘ଜସନ୍’
/sambad/media/post_attachments/wp-content/uploads/2018/12/Untitled-10-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)