ଆଷ୍ଟ୍ରୋନମି ଚ୍ୟାଲେଞ୍ଜରେ ଚନ୍ଦ୍ରଶେଖରପୁର ଡିଏଭି ଛାତ୍ରଙ୍କ କୃତିତ୍ବ

ଚନ୍ଦ୍ରଶେଖରପୁର : ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଜାତୀୟସ୍ତରରେ ଅନୁଷ୍ଠିତ ହୋଇଥିବା ଆଷ୍ଟ୍ରୋନମି ଚ୍ୟାଲେଞ୍ଜ-୨୦୧୮ରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଛାତ୍ରୀ ବନ୍ଦନା ମିଶ୍ର କୃତିତ୍ବ ହାସଲ କରିଛନ୍ତି। ଷ୍ଟେମ୍‌ ଓ ସ୍ପେସ୍‌ ଜାତୀୟ ସଂସ୍ଥା ଦ୍ବାରା ୫ମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୯ମ ଶ୍ରେଣୀ ବର୍ଗରେ ବନ୍ଦନା ଓଡ଼ିଶାର ଏକମାତ୍ର କୃତୀ ପ୍ରତିଯୋଗୀ ଭାବେ ସଫଳତା ହାସଲ କରିଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ବନ୍ଦନାଙ୍କ ସମେତ ଅନ୍ୟାନ୍ୟ କୃତୀ ପ୍ରତିଯୋଗୀଙ୍କୁ ଦୁବାଇଠାରେ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ‌ଶୈକ୍ଷିକ ଭ୍ରମଣରେ ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର