ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଡିଏଭି ଚନ୍ଦ୍ରଶେଖରପୁର ଛାତ୍ର ଦ୍ୱିତୀୟ

ଚନ୍ଦ୍ରଶେଖରପୁର : ଏନ୍‌ଟିପିସି ସହାୟତାରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରି ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ୭ମ ଶ୍ରେଣୀ ଛାତ୍ର ସାଇକ୍ରିଷ୍‌ ସାହୁ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଶକ୍ତି ଦିବସ ଉପଲକ୍ଷେ ନୂଆଦିଲ୍ଲୀସ୍ଥିତ ବିଦ୍ୱାନ ଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସାଇକ୍ରିଷ୍‌ଙ୍କୁ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌ କେ ସିଂହ, ଶକ୍ତି ସଚିବ ଏ କେ ଭାଲ୍ଲାଙ୍କ ଉପସ୍ଥିତିରେ ପୁରସ୍କାର ସ୍ୱରୂପ ୫୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ସମଗ୍ର ଦେଶରୁ ପ୍ରାୟ ୧.୫ କୋଟି ଛାତ୍ରଛାତ୍ରୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଭାଗ ନେଇଥିଲେ। ଗତବର୍ଷ ସାଇକ୍ରିଷ୍‌ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ନୂଆଦିଲ୍ଲୀରୁ ପିତାଙ୍କ ସହ ଆଜି ଭୁବନେଶ୍ୱର ଫେରିବା ପରେ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ଼. କେ ସି ଶତପଥୀ, ସଂଯୋଜିକା ଇନ୍ଦିରା ଭଟ୍ଟାଚାର୍ଯ୍ୟ, ସୁପରଭାଇଜର୍‌ ପ୍ରମୋଦ କୁମାର ପାତ୍ର, କଳାଶିକ୍ଷକ ନୀଳମଣି ମୁଦୁଲି ପ୍ରମୁଖ ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ।

ସମ୍ବନ୍ଧିତ ଖବର