ଭୁବନେଶ୍ୱର : ରାଉରକେଲାଠାରେ ସଦ୍ୟ ଉଦ୍ଯାପିତ ଡିଏଭି ଜୋନାଲ ସ୍ପୋର୍ଟ୍ସ ମିଟ୍ରେ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ କରି ଦୌଡ଼କୁଦରେ ବିଜେତା ହୋଇଛି। ବିଦ୍ୟାଳୟ କ୍ରୀଡ଼ାବିତ୍ମାନେ ୪ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ କାଂସ୍ୟ ପଦକ ହାସଲ କରି ଏହି ଗୌରବ ଆଣିଛନ୍ତି। ପ୍ରୀତିରାଣୀ ସ୍ୱାଇଁ ୪୦୦ ମିଟରରେ ପ୍ରଥମ ଓ ୮୦୦ ମିଟରରେ ଦ୍ୱିତୀୟ, ଅଭିନବ ମହାନ୍ତି ୧୦୦ ମିଟରରେ ତୃତୀୟ ଓ ୨୦୦ ମିଟରରେ ଦ୍ୱିତୀୟ, ସଂଦୀପ୍ତ ସାହୁ ଡିସ୍କସ୍ ଥ୍ରୋରେ ପ୍ରଥମ, ସାହିଲ ବିଶ୍ୱାଳ ଲଙ୍ଗଜମ୍ପରେ ତୃତୀୟ ଓ ସୌମ୍ୟା ମହାନ୍ତି ଡ଼ିସ୍କସ୍ ଥ୍ରୋରେ ଦ୍ୱିତୀୟ, ସୌମ୍ୟକାନ୍ତ ସାହୁ ସଟ୍ଫୁଟ୍ରେ ପ୍ରଥମ, ପ୍ରୀତିରାଣୀ ସ୍ୱାଇଁ କୋମଲ ପ୍ରଧାନ, ଆଦ୍ୟାଶା ଜେନା, ଯୁକ୍ତା ତନୁଶ୍ରୀ ୪ ଗୁଣା ୪୦୦ ମିଟର ରିଲେରେ ଦ୍ୱିତୀୟ ଏବଂ ତ୍ରିଦିବେଶ୍ ନାୟକ ଟାଏକୋଣ୍ଡାରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ପ୍ରୀତିରାଣୀ ସ୍ୱାଇଁ, ସୌମ୍ୟା ମହାନ୍ତି, ଅଭିନବ ମହାନ୍ତି, ସଂଦୀପ୍ତ ସାହୁ, ତ୍ରିଦିବେଶ ନାୟକ ଓ ସୌମ୍ୟାକାନ୍ତ ସାହୁ ପ୍ରମୁଖ ଡିଏଭି ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। କ୍ରୀଡ଼ା ଶିକ୍ଷକ ଆନନ୍ଦ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ଖେଳାଳି ଭାବେ ଏଥିରେ ଭାଗ ନେଇଥିଲେ। କୃତି ପ୍ରତିଯୋଗୀଙ୍କୁ ବିଦ୍ୟାଳୟକୁ ଫେରିବା ପରେ ଅଧ୍ୟକ୍ଷ ଡକ୍ଟର କେ ସି ଶତପଥୀ, ସଂଯୋଜିକା ଇନ୍ଦିରା ଭଟ୍ଟାଚାର୍ଯ୍ୟ ପ୍ରମୁଖ ସମ୍ବର୍ଧନା ପ୍ରଦାନ କରିଥିଲେ।
ଡିଏଭି ଜୋନାଲ୍ ସ୍ପୋର୍ଟସ: ଚନ୍ଦ୍ରଶେଖରପୁର ବିଜେତା
/sambad/media/post_attachments/wp-content/uploads/2017/11/dav-cspur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)