ଚନ୍ଦ୍ରଶେଖରପୁର : ବରିଷ୍ଠ ନାଗରିକ ମାନଙ୍କୁ ଆଜି ସମାଜରେ ହତାଦର କରାଯାଉଛି। ମାତ୍ର ସେମାନଙ୍କର ଅଭିଜ୍ଞତା ସମାଜ ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଶେଷକରି ଯୁବପିଢ଼ିଙ୍କୁ ଠିକ୍ ମାର୍ଗରେ ପରିଚାଳିତ କରିବାରେ ବରିଷ୍ଠ ନାଗରିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ପ୍ରଗତି ବରିଷ୍ଠ ନାଗରିକ ସଂଘ, ଚନ୍ଦ୍ରଶେଖରପୁର ପକ୍ଷରୁ ରବିବାର ଦିନ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଏପରି ମତ ପ୍ରକାଶ ପାଇଥିଲା। ସଂଘର କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ନାଲ୍କୋର ପୂର୍ବତନ ସିଏମ୍ଡି ଗଦାଧର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ନାଗରିକ ଦିବସ ପାଳନର ଗୁରୁତ୍ୱ ସମ୍ପର୍କରେ ମତ ଦେଇଥିଲେ। ସଂଘର ସଭାପତି ହୃଷୀକେଶ ପ୍ରତାପ, ଉପସଭାପତି ନାରାୟଣ ଦାସ, ସମ୍ପାଦକ କୁଳମଣି ନାୟକ, ଯୁଗ୍ମ-ସମ୍ପାଦକ ନୀଳକଣ୍ଠ ମହାନ୍ତି, କୋଷାଧ୍ୟକ୍ଷ ରମାକାନ୍ତ ବେହେରା, ଶ୍ରୀବତ୍ସ କୁମାର ଦ୍ୱିବେଦୀ, କୃଷ୍ଣଚନ୍ଦ୍ର ଦାସ, କୈଳାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ସଭାଟିକୁ ପରିଚାଳନା କରିଥିଲେ।
ପ୍ରଗତି ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠ ନାଗରିକ ଦିବସ
/sambad/media/post_attachments/wp-content/uploads/2017/10/PRAGATI-BARISTHA-NAGARIKA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)