ଭୁବନେଶ୍ବର: ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଟସ ଅଫ ଇଣ୍ଡିଆ (ଆଇସିଏଆଇ) କମିଟି ଅନ ମ୍ୟାନେଜମେଣ୍ଟ ଫର ପବ୍ଲିକ ଆଣ୍ଡ ଗଭର୍ଣ୍ଣମେଣ୍ଟ ସର୍ଭିସେସ ଓ ଭୁବନେଶ୍ୱର ଚାପ୍ଟରର ମିଳିତ ଉଦ୍ୟମରେ ଆଇଏମଏମଟି ଅଡ଼ିଟୋରିୟମ ଠାରେ ଆୟୋଜିତ ସମ୍ମିଳନୀର ଦ୍ବିତୀୟ ଦିନକୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍ଘାଟନ କରିଛନ୍ତି।
‘କଷ୍ଟ ଏକ୍ସିଲେନସ-ଏ ସଷ୍ଟେନେବଲ ବିଜ୍ନେସ ଷ୍ଟ୍ରାଟେଜି’ ଆଜି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା। ଉକ୍ତ ସମ୍ମିଳନୀରେ ସିଏମଏ ନିରଞ୍ଜନ ମିଶ୍ର, ସିଏମଏ ବିଭୁତି ଭୂଷଣ ନାୟକ, ସିଏମଏ ଏଚ୍ ପଦ୍ମନାଭନ (କାଉନ୍ସିଲ ମେମ୍ବର, ଆଇସିଏଆଇ), ସିଏମଏ ପି ଆର ଆୟାର (ସଭାପତି, ଆଇସିଏଆଇ), ସିଏମଏ ହିମଜ ମିଶ୍ର ଉପସ୍ଥିତ ଥିଲେ। ଉଦ୍ଘାଟନୀ ସମାରୋହ ପରେ ‘ଲେଟସ୍ ନୋ ଆୱାର ଲାଇଫ’ ବିଷୟବସ୍ତୁ ଉପରେ ଏକ ଅଧିବେଶନ ଏବଂ ଫାଇନାନ୍ସ ଅଫିସର ମାନଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିସହ ଦ୍ୱିତୀୟ ଦିବସରେ ତିନୋଟି ବୈଷୟିକ ଅଧିବେଶନ ‘ମୂଲ୍ୟ ନିର୍ଦ୍ଧାରଣ ଓ ତାର ନିୟନ୍ତ୍ରଣ’ ଉପରେ ପର୍ଯ୍ୟବସିତ ଥିଲା। ଏସବୁ ଅଧିବେଶନ ଗୁଡ଼ିକରେ ଉଚ୍ଚ ଅଧିକାରୀ, ବୁଦ୍ଧିଜୀବୀମାନେ ଯୋଗଦେଇ ମୂଲ୍ୟ ନିର୍ଦ୍ଧାରଣ ଓ ତାର ନିୟନ୍ତ୍ରଣ (ଖଣି,କୋଇଲା, ତେଲ, ଗ୍ୟାସ, ଲୁହା, ଆଲୁମିନିୟମ) ଉପରେ ସବିଶେଷ ଆଲୋକପାତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/30-8.jpg)