ଭୁବନେଶ୍ୱର: ଭୁବନେଶ୍ୱରରେ ମତଦାନ ପୂର୍ବରୁ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡି ସି ପି ପ୍ରତୀକ ସିଂ।।ସେ କହିଛନ୍ତି, ଷ୍ଟ୍ରଙ୍ଗ ରୁମରୁ ବୁଥକୁ ଯାଉଛି ଇ ଭି ଏମ। ଭୁବନେଶ୍ୱରର ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ବିଜେବି କଲେଜରେ ଷ୍ଟ୍ରଙ୍ଗ ରୁମ କରାଯାଇଛି। ନିର୍ବାଚନ ଦାୟିତ୍ୱ ରେ ଥିବା ବିଭିନ୍ନ ଅଧିକାରୀ ଇ ଭି ଏମ କୁ ଯାଞ୍ଜ କରି ନିଜ ନିଜ ବୁଥକୁ ନେଉଛନ୍ତି। ଗତକାଲି ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀର କିଛି ବୁଥକୁ ଇ ଭି ଏମ ଯାଇ ସରିଛି। ଆଜି ଗୋଟା ଏ ଭିତରେ ସବୁ ବୁଥକୁ ଇ ଭି ଏମ ପଠା ଯିବ
ଭୁବନେଶ୍ୱର ଡି ସି ପି ଆହୁରି କହିଛନ୍ତି, ରାଜଧାନୀରେ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ଟି ସ୍ଥାନରେ ୧୧୩୨ଟି ପୁଲିଂ ବୁଥ ରହିଛି।
ଜୟଦେବ ନିର୍ବାଚନ ମଣ୍ଡଳୀ ରେ ୧୬୯ଟି ସ୍ଥାନ ରେ ୨୩୬ଟି ପୁଲିଂ ବୁଥ ରହିଛି।
ସେହିପରି ଭୁବନେଶ୍ୱର ମଧ୍ୟରେ ୫୦ଟି ସ୍ଥାନରେ ୨୦୦ଟି ପୁଲିଂ ବୁଥ ରହିଛି। ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସଖୀ ବୁଥରେ କେବଳ ମହିଳା କର୍ମଚାରୀ ନିୟୋଜିତ ହେବେ। ଭୁବନେଶ୍ୱର ଉତ୍ତରରେ ୮୪ଟି ସ୍ଥାନରେ ୨୫୪ଟି ପୁଲିଂ ବୁଥ ରହିଛି। ଏଣେ ଭୁବନେଶ୍ୱର ଏକାମ୍ରରେ ୭୪ଟି ସ୍ଥାନରେ ୨୩୭ଟି ପୁଲିଂ ବୁଥ,
ଜଟଣୀରେ ୧୧୧ଟି ସ୍ଥାନରେ ୨୦୫ଟି ପୁଲିଂ ବୁଥ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Woman-blackmailer-Archana-Nag-case-DCP-Prateek-Singh-conducts-press-meet-clears-the-air.jpg)